ଆଜି ଭାରତରେ ଲଞ୍ଚ୍‌ ହେବ ସାମ୍‌ସଙ୍ଗ୍‌ର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ଆଜି ଭାରତରେ ଲଞ୍ଚ୍‌ ହେବ ସାମ୍‌ସଙ୍ଗ୍‌ର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଆଜି ଭାରତରେ ତା’ର ଏକ ନୂଆ ଫୋନ୍‌ ଲଞ୍ଚ୍‌ କରିବ। କମ୍ପାନୀ ଗତ ସପ୍ତାହରେ USରେ ଲଞ୍ଚ୍ କରିଥିବା Samsung Galaxy Foldକୁ ଆଜି ଭାରତରେ ଲଞ୍ଚ୍‌ କରିବ। କମ୍ପାନୀ ଆଜି ଲଞ୍ଚ୍ ଇଭେଣ୍ଟରେ ଏହାର ମୂଲ୍ୟ ଓ ଉପଲବ୍ଧତା ବିଷୟରେ ସୂଚନା ଦେବ। ଭାରତରେ ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୪୦ ହଜାର ଟଙ୍କା ରଖାଯାଇପାରେ।

ସୂଚନା ଅନୁଯାୟୀ, କମ୍ପାନୀ  USର ୨୦୧୯ ଅନ୍‌ପ୍ୟାକ୍ଡ ଇଭେଣ୍ଟରେ ଏହି ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଥିଲା। ସେଠାରେ ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୪୧ ହଜାର ୩୦୦ ଟଙ୍କା ରହିଛି। ତେଣୁ ଅନୁମାନ କରାଯାଉଛି ଯେ ଭାରତରେ ମଧ୍ୟ ଏହାର ମୂଲ୍ୟ ପାଖାପାଖି ସେଇଆ ହିଁ ରହିବ।

ଫିଚର

ଏହି ହାଇ ବଜେଟ୍‌ ସ୍ମାର୍ଟଫୋନ୍‌ରେ ବାହାର ପଟକୁ ୪.୬ ଇଞ୍ଚ୍‌ ଏଚ୍‌ଡି ପ୍ଲସ୍‌ ସୁପର AMOLED ଡିସପ୍ଲେ ଦିଆଯାଇଛି। ସେହିପରି ଏହାର ଭିତରପଟେ ଅର୍ଥାତ୍‌ ଉପରେ ୭.୩ ଇଞ୍ଚ୍‌ QXGA+ ଡାଏନାମିକ୍ AMOLED ଡିସପ୍ଲେ ଦିଆଯାଇଛି। ଏଥିସହ 7nm ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍‌  ୮୫୫ ପ୍ରୋସେସର୍‌ ସହ ୧୨୮ ଜିବି ରାମ୍‌ ଓ ୫୧୨ ଜିବି ଷ୍ଟୋରେଜ୍‌ ଦିଆଯାଇଛି।

ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ଏଥିରେ ସମୁଦାୟ ୫ଟି କ୍ୟାମେରା ଦିଆଯାଇଛି। ରିୟର୍‌ରେ12MP, 12MP ଓ 16MPର ୩ଟି କ୍ୟାମେରା ଓ ଫୋନ୍‌କୁ ପୋଲ୍ଡ କଲେ ସେଲଫି ପାଇଁ 10MP ଓ 8MPର ଡୁଆଲ ଫ୍ରଣ୍ଟ କ୍ୟାମେରା ରହିଛି। ଭାରତରେ ଏହା ପ୍ରଥମ ଡୁଆଲ୍‌ ଫ୍ରଣ୍ଟ କ୍ୟାମେରା ଯୁକ୍ତ ଫୋନ୍‌ ହେବ। ଏହା ବ୍ୟତୀତ ଏହି ଫୋନ୍‌ରେ ସାଇଡ୍‌ ଫିଙ୍ଗରପ୍ରିଣ୍ଟ ସେନ୍‌ସର୍‌ ସହ 4,380mAhର ବ୍ୟାଟେରୀ ଦିଆଯାଇଛି।



from Odisha Reporter https://ift.tt/2o0I6D8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages