ସୁସ୍ଥ ହେଉଛି ଅସୁସ୍ଥ ହାତୀ; କେନ୍ଦୁଝରରେ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ସୁସ୍ଥ ହେଉଛି ଅସୁସ୍ଥ ହାତୀ; କେନ୍ଦୁଝରରେ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଟିମ୍‌

କେନ୍ଦୁଝର(ପ୍ରଣୟ ପାଣି): ଅସୁସ୍ଥତା ହେତୁ କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଉପରିସୁମଠଠାରେ ଗତ ୪ ଦିନ ହେବ  ପଡ଼ିରହିଥିବା ଏକ ମାଈ ହାତୀର ଚିକିତ୍ସା ଜାରି ରହିଛି। ପୂର୍ବରୁ ଶିମିଳିପାଳର ଏକ ବିଶେଷଜ୍ଞ ଟିମ୍ ସହ ଅନ୍ୟ ଏକ ଡାକ୍ତରୀ ଟିମ୍ ମଧ୍ୟ ଅସୁସ୍ଥ ହାତୀର ଚିକିତ୍ସାରେ ଲାଗି ପଡ଼ିଛନ୍ତି।  ହେଲେ ସେମାନେ ରୋଗ ନିରୂପଣ କରିବାରେ ସକ୍ଷମ ହୋଇ ପାରୁ ନ ଥିବା ବେଳେ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଏକ ଟିମ୍ ଆଜି କେନ୍ଦୁଝରରେ ପହଞ୍ଚିଛି।

ହାତୀର ରକ୍ତ ନମୂନା  ଗତକାଲି ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଏହାର ରିପୋର୍ଟକୁ ଡାକ୍ତରୀ ଦଳ ଅପେକ୍ଷା କରିଛନ୍ତି। ଏହାପରେ ପ୍ରକୃତରେ କେଉଁ ରୋଗ ହୋଇଛି  ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଏବେ ହାତୀଟିକୁ କେବଳ ପରୀକ୍ଷାମୂଳକ ଭାବେ ବିଭିନ୍ନ ଇଞ୍ଜେକସନ୍ ଏବଂ ସାଲାଇନ୍ ଦିଆଯାଉଛି। ଚାରିଆଡ଼େ ହର୍ପିସ ଆତଙ୍କ ଖେଳି ଯାଇଥିବା ବେଳେ ଏହି ହାତୀ ଦେହରେ କିନ୍ତୁ ହର୍ପିସ୍‌ ଲକ୍ଷଣ ଦେଖାଯାଇ ନଥିବା କହିଛନ୍ତି ଡାକ୍ତରୀ ଦଳ।

ହାତୀଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ୪ ଦିନର ଚିକିତ୍ସା ପରେ ମାଈହାତୀଟି ବହୁ ପରିମାଣରେ ସୁସ୍ଥ ହେଲାଣି। ଆଜି ସକାଳେ ହାତୀକୁ କଦଳୀ ମଞ୍ଜା ଖାଇବାକୁ ଦିଆଯାଇଥିବା ବନବିଭାଗ ଅଧିକାରୀ କହିଛନ୍ତି।  ଖାଦ୍ୟ, ପାନୀୟ ଓ ଔଷଧ ଦ୍ୱାରା ମାଈହାତୀଟି ଭଲ ହୋଇଯିବ ବୋଲି ଡାକ୍ତରୀ ଟିମ୍‌ ଆଶା ରଖିଛନ୍ତି।

ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ପଦ୍ଧତି ସମ୍ପର୍କରେ ନିର୍ଣ୍ଣୟ ନିଆଯିବ ବୋଲି କହିଛନ୍ତି ଡାକ୍ତରୀ ଟିମ୍‌।



from Odisha Reporter https://ift.tt/2nis3At

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages