ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବିଜେପି ୧୬୨ ଓ ଶିବସେନା ୧୨୬ ଆସନରେ ଲଢ଼ିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବିଜେପି ୧୬୨ ଓ ଶିବସେନା ୧୨୬ ଆସନରେ ଲଢ଼ିବେ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ପୂର୍ବରୁ ୫୦-୫୦ ଫର୍ମୁଲାକୁ ଗୁରୁତ୍ୱ ଦେଉଥିବା ଶିବସେନା ଶେଷରେ ବିଜେପି ପାଇଁ ଅଧିକ ଆସନ ଛାଡ଼ିଛି। ଘୋଷଣା ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୧ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନରୁ ବିଜେପି ୧୬୨ଟି ଓ ଶିବସେନା ୧୨୬ଟି ଆସନରେ ପ୍ରାର୍ଥୀ ଦେବେ।

ତେବେ ବିଜେପି ତା’ର ୧୬୨ଟି ଆସନରୁ ମେଣ୍ଟରେ ଥିବା ଆରପିଆଇ, ଆରଏସ୍‌ପି, ଶିବ ସଂଗ୍ରାମ ଓ ରାୟତ କ୍ରାନ୍ତୀ ଭଳି ଦଳଗୁଡ଼ିକୁ କିଛି ଆସନ ଛାଡ଼ିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମଥର ପାଇଁ ଠାକରେ ପରିବାରର କୌଣସି ସଦସ୍ୟ ଏଥର ନିର୍ବାଚନ ଲଢ଼ିବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୱାର୍ଲି ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

୨୦୧୪ ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଶିବସେନା ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ୨୮୮ଟି ବିଧାନସଭା ଆସନରୁ ବିଜେପି ୧୨୨ଟିରେ ଜିତିଥିବା ବେଳେ ଶିବସେନା ୬୩ଟି ଆସନ ଦଖଲ କରିଥିଲା।

ନିର୍ବାଚନ ପରେ ଶିବସେନା ଓ ବିଜେପି ଏକାଠି ହୋଇ ସରକାର ଗଠନ କରିଥିଲେ। ଆସନ ବୁଝାମଣା ପୂର୍ବରୁ ବିଜେପି ଓ ଶିବସେନା ଏକ ପ୍ରେସ ଇସ୍ତାହାର ଜରିଆରେ ମେଣ୍ଟ ସମ୍ପର୍କରେ ଘୋଷଣା କରିଥିଲେ।

ମେଣ୍ଟ ପୂର୍ବରୁ ଶିବସେନା ଓ ବିଜେପି ସମାନ ସଂଖ୍ୟକ ୧୪୪ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ଉଦ୍ଧବ ଠାକରେଙ୍କ ଦଳ ଘୋଷଣା କରିଥିଲା। ତେବେ ଏହାକୁ ନେଇ ବିଜେପି ରାଜି ହୋଇ ନଥିଲା। ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶେଷରେ ବିଜେପି କଥାରେ ଶିବସେନା ରାଜି ହୋଇଛି।



from Odisha Reporter https://ift.tt/2o2rwCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages