ୱାଶିଂଟନ୍: ଜାତିସଂଘରେ ଥିବା ପାକିସ୍ତାନର ସ୍ଥାୟୀ ସଦସ୍ୟ ମାହେଲା ଲୋଧିଙ୍କୁ ଇମ୍ରାନ୍ ଖାନ୍ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜାତିସଂଘର ସାଧାରଣ ପରିଷଦରେ ଯୋଗଦେଇ କଶ୍ମୀର ପ୍ରସଙ୍ଗରେ ଭାରତକୁ ଟାର୍ଗେଟ କରିଥିଲେ। ଭାରତ ବିରୋଧରେ ଇମ୍ରାନ୍ ମିଛ ପ୍ରଚାର କରିଥିଲେ ହେଁ ପାକିସ୍ତାନରେ ଏହାକୁ ପ୍ରଶଂସା କରାଯାଇଥିଲା।
ଜାତିସଂଘ ସମ୍ମିଳନୀରୁ ଇମ୍ରାନ୍ ସ୍ୱଦେଶ ପହଞ୍ଚିବାର ୭୨ ଘଣ୍ଟା ମଧ୍ୟରେ ଲୋଧିଙ୍କୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଲୋଧିଙ୍କ ସ୍ଥାନରେ ଜାତିସଂଘରେ ପାକିସ୍ତାନର ନେତୃତ୍ୱ ମୁନୀର ଆକ୍ରମ ନେବେ। ସେ ପୂର୍ବରୁ ମଧ୍ୟ ନ୍ୟୁୱର୍କରେ କାମ କରୁଥିଲେ। ହେଲେ ତାଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ ଆସିବାରୁ ପାକିସ୍ତାନ ସରକାର ତାଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ।
ଏବେ ୧୫ ବର୍ଷ ପରେ ପାକିସ୍ତାନ ସରକାର ପୁଣିଥରେ ମୁନୀରଙ୍କୁ ଜାତିସଂଘ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୦୩ରେ ମୁନୀର ପାକିସ୍ତାନର ପ୍ରତିନିଧି ଭାବେ ଜାତିସଂଘରେ କାର୍ଯ୍ୟ କରୁଥିଲେ। ଭାରତ ବିରୋଧରେ ବିଷ ଓଗାଳିବାରେ ମୁନୀର ବେଶ ମାହିର। ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀରକୁ ନେଇ ତିକ୍ତତା ଜାରି ରହିଛି। ଏଭଳି ସ୍ଥିତିରେ ଇମ୍ରାନ୍ ଖାନ୍ ସରକାର ମୁନୀରଙ୍କୁ ଜାତିସଂଘରେ ଅବସ୍ଥାପିତ କରିଛନ୍ତି।
from Odisha Reporter https://ift.tt/2o905ad
No comments:
Post a Comment