ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର କିଛି ସମୟ ପୂର୍ବରୁ ରାଷ୍ଟ୍ରୀୟ କଂଗ୍ରେସ ଦଳ (ଏନସିପି) ସୁପ୍ରିମୋ ଶରଦ ପାଓ୍ୱାର ବିଜେପି ଓ ଶିବସେନା ଉପରେ ବର୍ଷିଛନ୍ତି। ଏହି ଦୁଇ ଦଳର ମେଣ୍ଟ ସରକାରରେ ମହାରାଷ୍ଟ୍ରବାସୀ ଅଣନିଃଶ୍ୱାସୀ ହୋଇଗଲେଣି ବୋଲି ସେ କହିଛନ୍ତି। ଯଦି ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ ତାହେଲେ ମହାରାଷ୍ଟ୍ରରେ ଶାସକ ଦଳ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ଭାରତ ପାକିସ୍ତାନର ବାଲାକୋଟରେ ଫେବୃଆରୀ ୨୬ରେ ଏୟାର ଷ୍ଟ୍ରାଇକ୍ କରିଥିଲା। ପରିଣାମ ସ୍ୱରୂପ ମୋଦି ସରକାରଙ୍କ ସପକ୍ଷରେ ସାଧାରଣ ନିର୍ବାଚନ ବେଳେ ମତଦାନ ଯାଇଥିଲା ବୋଲି କୁହାଯାଏ।
ଅକ୍ଚୋବରରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଏଯାଏ ହୋଇ ନାହିଁ। ଦୁଇ ଦିନ ଭିତରେ ଆସନ ଭାଗବଣ୍ଟା ଛିଣ୍ଡିବ ବୋଲି ସମ୍ଭାବନା ରହିଛି। ସେହିପରି ଏନସିପି ସହିତ କଂଗ୍ରେସ ମେଣ୍ଟରେ ରହିବ ବୋଲି ଏକ ପ୍ରକାର ସ୍ଥିର ହୋଇଥିବାବେଳେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମେଣ୍ଟରେ ସାମିଲ୍ ହୋଇପାରେ।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମଧ୍ୟ ଶରଦ ପାଓ୍ୱାର ଏହି ଅବସରରେ ଟାର୍ଗେଟ କରିଛନ୍ତି। ମେଣ୍ଟ ସରକାର ବେଳେ ରାଜ୍ୟର ମହିଳାମାନେ ଅସୁରକ୍ଷିତ ରହିଛନ୍ତି। ଏମିତିକି ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏତଲା ଗ୍ରହଣ କରୁନାହିଁ ବୋଲି ସେ କହିଛନ୍ତି।
ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ପରେ ତଦନ୍ତ ସଂସ୍ଥା ସିବିଆଇ ଏବଂ ଇଡ଼ିକୁ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ଉଦ୍ଦେଶ୍ୟରେ ଅପ ବ୍ୟବହାର କରୁଛନ୍ତି ବୋଲି ଶରଦ କହିଛନ୍ତି।
from Odisha Reporter https://ift.tt/34YdQcN
No comments:
Post a Comment