ଟିକ୍‌ଟକ୍‌ ପ୍ରେମରେ ଓଲିଉଡ୍‌ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

ଟିକ୍‌ଟକ୍‌ ପ୍ରେମରେ ଓଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସବୁଠି ଟିକ୍‌ ଟକ୍‌ର କ୍ରେଜ୍‌। ଟିକ୍‌ଟକ୍‌ ପରି ଏକ ଛୋଟ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ଗୀତ ଏବଂ ଡାଇଲଗ୍‌ରେ ଅଭିନୟ କରି ଢେର୍‌ ପ୍ରଶଂସା ସାଉଁଟୁଛନ୍ତି ଯୁବପିଢ଼ି। କେବେଳ ଯୁବପିଢି ନୁହନ୍ତି ଟିକ୍‌ ଟକ୍‌ ପ୍ରେମରେ ଅନେକ ବଲିଉଡ୍‌ ଏବଂ ଓଲିଉଡ୍‌ ସୁନ୍ଦରୀ ମଧ୍ୟ ପଡ଼ିଛନ୍ତି। ଓଲିଉଡ୍‌ର ଆଗ ଧାଡ଼ିର ନାୟିକାମାନଙ୍କୁ ଅବସର ସମୟରେ ଟିକ୍‌ ଟକ୍‌ କରିବାର ଦେଖିବାକୁ ମିଳେ। ରିୟା, ଝିଲିକ୍‌, ଲିପ୍ସା ମିଶ୍ର, ପ୍ରକୃତି ମିଶ୍ର, ଶିବାନୀ, ଜିନା, ଦିବ୍ୟା ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନେ ଟିକ୍‌ ଟକ୍‌ରେ ଅଛନ୍ତି। ଏହି ଆପ୍‌ ବ୍ୟବହାର କରି ସେମାନେ ସେମାନଙ୍କର ପ୍ରଶଂସକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବାକୁ ଚେଷ୍ଟା କରୁଛନ୍ତି।

ଟିକ୍‌ ଟକ୍‌ରେ କିଛି ସେକେଣ୍ଡ ମଧ୍ୟରେ ସୁନ୍ଦର ଏକ୍ସପ୍ରେସନ୍‌ ଆଉ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକମାନଙ୍କୁ କିମିଆଁ କରୁଛନ୍ତି ଏହିସବୁ ଅଭିନେତ୍ରୀ। କେବଳ ଅଭିନେତ୍ରୀ ନୁହନ୍ତି ଅଭିନେତାମାନେ ମଧ୍ୟ ଏହି ଟିକ୍‌ ଟକ୍‌ ଭିଡିଓ କରିବାରେ ସକ୍ରିୟ ରହିଛନ୍ତି। ଏଥିସହ ଫିଲ୍ମ କଳାକରାମାନେ ନିଜର ଫିଲ୍ମର ଗୀତକୁ ପ୍ରମୋସନ୍‌ କରିବା ପାଇଁ ଟିକ୍‌ଟକ୍‌ର ସାହାରା ନେବା ଦେଖିବାକୁ ମିଳୁଛି।



from Odisha Reporter https://ift.tt/2Mb25XU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages