ରାଜଧାନୀ ଡ୍ରେନ୍‌ରେ ଭାସିଗଲେ ୩ ଯୁବକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ରାଜଧାନୀ ଡ୍ରେନ୍‌ରେ ଭାସିଗଲେ ୩ ଯୁବକ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :  ସ୍ମାର୍ଟ ସିଟି ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ମଧ୍ୟ ଖୁବ୍‌ ସ୍ମାର୍ଟ। ଅସରାଏ ବର୍ଷା ହେଲେ ଏଠି ପାଣିର ସୁଅ ଚାଲେ। କେଉଁଠି ରାସ୍ତା କେଉଁଠି ଡ୍ରେନ ଜାଣିବା ଅସମ୍ଭବ। ଏପରି ସ୍ଥିତିରେ ରାଜଧାନୀର ମୁକୁଳା ଡ୍ରେନରେ ପଡ଼ି ବହୁ ଲୋକଙ୍କ ମୃତ୍ୟୁ ହେଲାଣି। ତଥାପି ଚେତୁନି ବିଏମ୍‌ସି। ଗତ ରାତିରେ ପୁଣି ଏହିପରି ଏକ ଅଘଟଣ ଘଟିଥିବା ନଜରକୁ ଆସିଛି।

ଗତକାଲି ବିଳମ୍ବିତ ରାତିରେ  ସ୍ମାର୍ଟ ସିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିବାହର ଅଞ୍ଚଳର ଏକ ଡ୍ରେନ୍‌ରେ ୩ ଯୁବକ ଭାସି ଯାଇଥିବା ସୂଚନା ମିଳିଛି। ବର୍ଷା ହେତୁ ରାସ୍ତା ଉପରେ ପ୍ରବଳ ପାଣି ଚାଲୁଥିଲା। ଏହି ସମୟରେ ଆଚାର୍ଯ୍ୟବିହାର-ଜୟଦେବ ବିହାର ମଝି ଅଞ୍ଚଳରେ ବାଇକ୍‌ରେ ଯାଉଥିବା ବେଳେ ଏହି ଯୁବକମାନେ ଭାସିଯାଇଥିବା ଅନୁମାନ କରାଯାଉଛି।  ସେମାନେ ଉତ୍କଳ ଭିଲ୍ଲାସ୍ ପାଖ ଅଣ୍ଡରପାସ୍‌ ପାଖରେ ଯାଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖିବାକୁ ମିଳିଛି ।

ସିସିଟିଭି ଭିଜୁଆଲରେ ପାଣିରେ ଭାସିଯିବା ବେଳର ଏପରି ଛାତି ଥରା  ଦୃଶ୍ୟ କଏଦ ହୋଇଛି। ଏହି ଘଟଣା ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ଯୁବକମାନଙ୍କ ପତ୍ତା ମିଳିପାରି ନ ଥିବା ବେଳେ ସେମାନଙ୍କ ପରିଚୟ ମଧ୍ୟ ଜଣାପଡ଼ି ନାହିଁ।



from Odisha Reporter https://ift.tt/2ZFtha2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages