ଡଙ୍ଗା ବୁଡ଼ି ଘଟଣାରେ ୪ ନିଖୋଜଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

ଡଙ୍ଗା ବୁଡ଼ି ଘଟଣାରେ ୪ ନିଖୋଜଙ୍କ ପତ୍ତା ମିଳୁନି

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର ): ଗତ ରାତିରେ ବ୍ରାହ୍ମଣୀ ନଦୀରେ ହୁଲି ଡଙ୍ଗା ବୁଡ଼ି ୪ ଜଣ ନିଖୋଜ ହୋଇଯାଇଛନ୍ତି। ଢେଙ୍କାନାଳ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଏହି ଡଙ୍ଗାଟି ଯାଉଥିଲା। ମଝି ନଦୀରେ ଡଙ୍ଗାଟି ବୁଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା।

ଡଙ୍ଗାରେ ସମୁଦାୟ ୯ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଓ ୨ ନାଉରିଆ ଥିବା ଜଣାଯାଇଛି।  ଅତ୍ୟଧିକ ଓଜନ ହେତୁ ଡଙ୍ଗାଟି ମଝି ନଦୀରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଡଙ୍ଗାରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ପହଁରି ପହଁରି କୁନନ୍ଦେଇପୁର ଘାଟରେ ପହଞ୍ଚିଥିଲେ।  ସେମାନଙ୍କ ମଧ୍ୟରେ ୨ ନାଉରିଆ ମଧ୍ୟ ଅଛନ୍ତି। ହେଲେ  ଆଉ ୪ ଜଣଙ୍କ ପତ୍ତା ମିଳିପାରି ନାହିଁ ।

ଖବର ପାଇ ଗତ ରାତିରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାର ତଦାରଖ କରିବାକୁ ଅତିରିକ୍ତ ଜିଲ୍ଲାପାଳ, କାମାକ୍ଷାନଗର ଉପଜିଲ୍ଲାପାଳ, ପରଜଙ୍ଗ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ କିଛି ସନ୍ଧାନ ମିଳି ପାରି ନ ଥିଲା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ନିଖୋଜଙ୍କ ପରିଚୟ ମିଳି ପାରି ନାହିଁ।



from Odisha Reporter https://ift.tt/2HWdqtQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages