ସିଲ୍ଟ ବେଲ୍ଟ ନଗାଇ ହଟହଟା ହେଲେ ଏମଭିଆଇ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ସିଲ୍ଟ ବେଲ୍ଟ ନଗାଇ ହଟହଟା ହେଲେ ଏମଭିଆଇ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ

ପାଟନା: ନୂଆ ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ ବେଆଇନ ଗାଡ଼ି ଚାଳକଙ୍କ ଚାଲାଣ କାଟୁଥିଲେ ବିହାର ମୁଜାଫରପୁରର ଏମଭିଆଇ ଦିବ୍ୟ ପ୍ରକାଶ। ଏବେ ସେ ନିଜେ କାରରେ ଯାଉଥିବା ବେଳେ ସିଟ୍ ବେଲ୍ଟ ବାନ୍ଧିନଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ନଜର ପଡ଼ିବା ପରେ ସେ ଏବେ ଆକ୍ରୋଶର ଶିକାର ହୋଇଛନ୍ତି। ଲୋକମାନେ ସିଟ୍ ବେଲ୍ଟ କାହିଁକି ବାନ୍ଧିନ ବୋଲି ଏମଭିଆଇଙ୍କୁ ଜବାବ ତଲବ କରିବା ପରେ କାର ଭିତରେ ଥିବା ଏମଭିଆଇ ଜଣଙ୍କ ନିଜ ଭୁଲ୍ ପାଇଁ ଭୟଭୀତ ହୋଇଯାଇଥିଲେ। ଶେଷରେ ଚୋର ମୁହଁ ଟାଣ ପ୍ରକୃତି ଦେଖାଇ ଲୋକଙ୍କୁ ନାଲି ଆଖି ଦେଖାଇବା ସହିତ ଖରାପ ଶବ୍ଦ କହିଥିଲେ।

ଏହାପରେ ପାଖରେ ଥିବା ଜନତା ଏକ୍ ହୋଇ ଏମଭିଆଇଙ୍କୁ ଘେରିଥିଲେ। ଶେଷରେ ଏମଭିଆଇ ଜଣଙ୍କ ପ୍ରାଣ ବିକଳରେ କାର୍‌ ଡ୍ରାଇଭରଙ୍କୁ ଜୋରରେ ଗାଡ଼ି ଚଳାଇବା ପାଇଁ କହି ପୁଲିସ୍ କମିଶନରଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ସାଧାରଣ ଲୋକ ଏକଜୁଟ ହୋଇ ଏମଭିଆଇଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପରେ ସେଠୁ ମଧ୍ୟ ଦିବ୍ୟ ପ୍ରକାଶ ଖସି ପଳାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2LTCPFu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages