ପାକ୍ ଗୋଳାମାଡ଼ର ଏମିତି ଜବାବ ଦେଲା ଭାରତ, ପାକ୍ ସେନା ଦେଖାଇଲା ଧଳା ପତାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ପାକ୍ ଗୋଳାମାଡ଼ର ଏମିତି ଜବାବ ଦେଲା ଭାରତ, ପାକ୍ ସେନା ଦେଖାଇଲା ଧଳା ପତାକା

ଶ୍ରୀନଗର: ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି ଭାରତ। ଅସ୍ତ୍ରବିରତି ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ସତ ଏବେ ସାମ୍ନାକୁ ଆସିଛି। ନିକଟରେ ଜମ୍ମୁ କଶ୍ମୀରର ହାଜିପୁରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେହି ମୃତ ଶରୀରକୁ ନେବା ପାଇଁ ପାକିସ୍ତାନ ଧଳା ପତାକା ଦେଖାଇଛି। ଯାହାର ଏକ ଭିଡିଓ ଖବର ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ଜାରି କରିଛି।

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ଭାରତୀୟ ସେନାଙ୍କ ଖବର ନେବା ପାଇଁ ଏକ ନାବାଳିକାର ସହଯୋଗ ନେଇଥିଲା। ଅନୁପ୍ରବେଶ ସ୍ଥାନରେ ଝିଅଟି ପ୍ରବେଶ କରିଥିଲେ ମଧ୍ୟ ବିଏସଏଫ ଯବାନଙ୍କ ଦ୍ୱାରା ଅଟକ ରଖାଯାଇ ପଚରା ଉଚରା କରାଯାଇଥିଲା। ଏହାପରେ ଗଡରା ପୁଲିସକୁ ଅଟକ ନାବାଳିକାକୁ ହସ୍ତାନ୍ତର କରିଥିଲା ବିଏସଏଫ୍। ପୁଲିସ ପଚରାଉଚରା କରିବା ପରେ ନାବାଳିକା ଜଣଙ୍କ ପାକିସ୍ତାନର ନାଗରିକ ବୋଲି ସ୍ୱୀକାର କରିବା ସହିତ ତାଙ୍କ ନାମ ଭାଗଚନ୍ଦ(୧୬) ବୋଲି ପ୍ରକାଶ କରିଥିଲା। ପାକିସ୍ତାନ ସେନାର ମୋହରା ସାଜି ଭାରତୀୟ ସେନା ବାବଦରେ ଖବର ନେବାକୁ ଆସିଥିଲା ବୋଲି ପୁଲିସ ଆଗରେ କହିଥିଲା।



from Odisha Reporter https://ift.tt/34FnAsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages