ସରକାରୀ ଚାକିରିକୁ ନା କରି ଯାତ୍ରାରେ ମିଶିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ସରକାରୀ ଚାକିରିକୁ ନା କରି ଯାତ୍ରାରେ ମିଶିଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଲିଉଡ୍‌ର ଜଣେ ଯୁବ ପ୍ରତିଭା ହେଉଛନ୍ତି ସୌମ୍ୟରଞ୍ଜନ ମିଶ୍ର। ହେଲେ ତାଙ୍କୁ ଏହି ନାଁରେ ହୁଏତ ବହୁତ କମ୍ ଲୋକ ହିଁ ଜାଣିଥିବେ। ତାଙ୍କୁ ଦର୍ଶକ ସୋନୁ ନାଁରେ ଜାଣନ୍ତି। ତେବେ ଦର୍ଶକମାନେ ତାଙ୍କୁ ଆଉ ଏକ ନାଁ ବି ଦେଇଛନ୍ତି। ସେମାନେ ତାଙ୍କୁ ପ୍ରେମରେ ‘ଜୁନିୟର ବାବୁସାନ୍‌’ ବୋଲି କହନ୍ତି। ବୋଧହୁଏ ଓଲିଉଡ୍ ହିରୋ ବାବୁସାନ୍‌ଙ୍କ ଚେହେରା ସହିତ ତାଙ୍କ ଚେହେରା ଟିକେ ମିଶି ଯାଉଥିବାରୁ ଲୋକେ ତାଙ୍କୁ ଏମିତି ନାଁ ଦେଇଛନ୍ତି।

ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ସୋନୁ କହିଥିଲେ,“ମୁଁ ସିରିଏଲ୍‌ରେ କାମ କଲା ବେଳେ ମୋତେ କେହି ବାବୁସାନ୍‌ କହି ନଥିଲେ। ଯାତ୍ରାକୁ ଆସିବା ପରେ ଦର୍ଶକମାନେ ମୋତେ ଏହି ଟ୍ୟାଗ୍ ଦେଇଛନ୍ତି ଓ ଜୁନିୟର ବାବୁସାନ୍ ବୋଲି କହୁଛନ୍ତି। କିନ୍ତୁ ମୁଁ କେବେ ବି ନିଜକୁ ବାବୁସାନ୍‌ ବୋଲି ଭାବେ ନାହିଁ।”

ସୋନୁ ପିଲାଟି ବେଳରୁ ଅଭିନୟ କରିବା ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସେମିତି କିଛି ସୁଯୋଗ ତାଙ୍କୁ ମିଳି ନଥିଲା। ଘର ଲୋକେ ବି ତାଙ୍କୁ ଏ ନେଇ ସମର୍ଥନ କରୁ ନଥିଲେ। ତେବେ ଦଶମ ପାସ୍ କଲା ପରେ କଲେଜ୍ ଯିବା ବାହାନାରେ ସେ ଭୁବନେଶ୍ୱର ଓ କଟକ ଆସି ନିର୍ଦ୍ଦେଶକମାନଙ୍କୁ ଦେଖା କରୁଥିଲେ। କିନ୍ତୁ ବେଶି କିଛି ଲାଭ ହୋଇ ନଥିଲା। ତଥାପି ଦୁଇଟି ଧାରାବାହିକରେ କାମ କରିବାର ସୁଯୋଗ ପାଇଥିଲେ। ତା’ପରେ ସେ ଡିପ୍ଲୋମା କରିବା ପାଇଁ ଚାଲି ଯାଇଥିଲେ। ତେଣୁ ତାଙ୍କ ଆକ୍ଟିଂ କ୍ୟାରିୟରରେ ୩ ବର୍ଷ ବ୍ରେକ୍ ଲାଗି ଯାଇଥିଲା।

ଡିପ୍ଲୋମା ପାଠ୍ୟକ୍ରମ ଶେଷ ହେବା ପରେ ସେ ପୁଣି ଏହି ଲାଇନ୍‌କୁ ଯେତେବେଳେ ଫେରିବା ପାଇଁ ଚାହିଁଲେ ସେତେବେଳେ ଆଉ ସୁଯୋଗ ମିଳିଲା ନାହିଁ। ତାଙ୍କ ବାପା ଚାହୁଁଥିଲେ ସେ ଚାକିରି କରନ୍ତୁ। ତେବେ ତାଙ୍କର ଅଭିନୟ ନିଶା ଭାଙ୍ଗି ନଥିଲା। ଏପରିକି ଏଥିପାଇଁ ସେ ଏକ ସରକାରୀ ଚାକିରି କରିବାର ସୁଯୋଗକୁ ବି ଛାଡ଼ି ଦେଇଥିଲେ। ଓଡ଼ିଶା ପାୱାର୍ ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍‌ (ଓପିଟିସିଏଲ୍‌)ରେ ତାଙ୍କୁ ଚାକିରି ମିଳିଥିଲା। ସେ ତାଙ୍କ ନିଯୁକ୍ତି ପତ୍ରକୁ ଜଣେ ସାଙ୍ଗର ଗାଡ଼ି ଡିକିରେ ରଖି ଦେଇ ପାଞ୍ଚ ଛଅ ଦିନ ପର୍ଯ୍ୟନ୍ତ ଉଭାନ ହୋଇଯାଇଥିଲେ। ଉକ୍ତ ଚାକିରିରେ ଯୋଗ ଦେବାର ଶେଷ ତାରିଖ ପଳାଇବା ପରେ ଘରକୁ ଫେରିଥିଲେ। ପରିବାର ଲୋକେ ତାଙ୍କୁ ଘରେ ପୂରାଇ ନଥିଲେ। ତେଣୁ ସେ ଘର ଦ୍ୱାର ପାଖରେ ବସି ରହିଲେ। ପରେ ଅବଶ୍ୟ ତାଙ୍କ ମା’ ଦ୍ୱାର ଖୋଲିଥିଲେ। ହେଲେ ତାଙ୍କ ବାପା ଭାରି ବିରକ୍ତ ହୋଇଥିଲେ। ତେବେ ସୋନୁ ତାଙ୍କୁ ବୁଝାଇଥିଲେ ଯେ ଯାହା ଭାଗ୍ୟରେ ନାହିଁ, ତାହା କେବେ ବି ହେବ ନାହିଁ।

ସୋନୁ କହନ୍ତି ଯେ ସେ ପ୍ରଥମେ ‘ଇନ୍ଦଭୂବନ’ ଯାତ୍ରାପାର୍ଟିରେ କାମ କରିଥିଲେ। ମନୋଜ ନାୟକ ତାଙ୍କୁ ବ୍ରେକ୍ ଦେଇଥିଲେ। ସେଠାରେ ସେ ଦୁଇଟି ନାଟକରେ କାମ କରିଥିଲେ। ତା’ପରେ ସେ ’ଇନ୍ଦ୍ରମହଲ’ରେ କାମ କରିଥିଲେ। ସେଠାରୁ ହିଁ ତାଙ୍କୁ ଯାତ୍ରା ଅଭିନେତାର ପରିଚୟ ମିଳିଲା ଓ ଦର୍ଶକ ତାଙ୍କୁ ଚିହ୍ନିଲେ।



from Odisha Reporter https://ift.tt/350Xd0o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages