ନର୍ସ ନିହାରିକା ମର୍ଡର ମିଷ୍ଟ୍ରି : ବାପାମା’ଙ୍କର ହେବ ଡିଏନଏ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ନର୍ସ ନିହାରିକା ମର୍ଡର ମିଷ୍ଟ୍ରି : ବାପାମା’ଙ୍କର ହେବ ଡିଏନଏ ଟେଷ୍ଟ

ଜଗତସିଂହପୁର ( ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁର ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ପାଉନି ପୁଲିସ୍‌। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା, ମା’ଙ୍କର ସାମ୍ପୁଲ ସଂଗ୍ରହ ହେବ । ଗତକାଲି କଟକ ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ରିପୋର୍ଟ ଆସିବ ବୋଲି ଜଣାଯାଇଛି। ଏହାକୁ ଆଧାର କରି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯିବ।  ଖୁବ୍ ଶୀଘ୍ର ଅପରାଧୀ ଧରାଯିବ ବୋଲି ପୁଲିସ୍‌ କହିଛି ।

ସେପଟେ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳକୁ ଯିବ। ଏହାବ୍ୟତୀତ ପ୍ରତିନିଧି ଦଳ ମୃତ ନିହାରିକାଙ୍କ ପରିବାରକୁ ମଧ୍ୟ ଭେଟିବେ ବୋଲି ଜଣାଯାଇଛି ।

ଜଗତସିଂହପୁର ବିରିଡ଼ିର ବିଲୁଆଖାଇ ନଦୀପଠାରୁ ଗତ ମଙ୍ଗଳବାର ବସ୍ତା ଭିତରୁ ଗୋଡ଼ହାତ ବନ୍ଧା ଅବସ୍ଥାରେ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରଠୁ ଉଭୟ ମଧୁପାଟଣା ଏବଂ ବିରିଡି ପୁଲିସ ମିଳିତ ତଦନ୍ତ  ଆରମ୍ଭ କରିଥିଲା ।

ବିରିଡିସ୍ଥିତ ନିଜ ମାମୁଁ ଘରକୁ ଯିବା ଆସିବା ଭିତରେ ନିହାରିକା ଏବଂ ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟେ ପରସ୍ପରକୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଅକସ୍ମାତ ଏଭଳି ଅଘଟଣ ଘଟିଲା କାହିଁକି  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter https://ift.tt/2M5k2XQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages