ଶତ୍ରୁଙ୍କୁ ନିସ୍ତାର ନାହିଁ; ବାୟୁସେନାରେ ସାମିଲ ହେବ ୮ ଲଡ଼ାଖୁ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ଶତ୍ରୁଙ୍କୁ ନିସ୍ତାର ନାହିଁ; ବାୟୁସେନାରେ ସାମିଲ ହେବ ୮ ଲଡ଼ାଖୁ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିବ ଆପାଚ୍‌ ହେଲିକପ୍ଟର। ପଠାନକୋଟ ଏୟାରବେସ୍‌ରେ ଆଜି ଆମେରିକା ଦ୍ୱାରା ନିର୍ମିତ ୮ଟି ଆପାଚ୍‌ AH-64E ହେଲିକପ୍ଟରକୁ ବାୟୁ ସେନାରେ ସାମିଲ କରାଯିବ।

ଗତକାଲି ଏହି ହେଲିକପ୍ଟର ପଠାନକୋଟରେ ‌ଆସି ପହଞ୍ଚିଥିଲା। ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି. ଏସ୍‌ ଧନୱାଙ୍କ ଉପସ୍ଥିତିରେ ଏହି ଆକ୍ରମଣକାରୀ ହେଲିକପ୍ଟରଗୁଡ଼ିକ ଆଜି ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ। ଏହା ଭାରତୀୟ ବାୟୁ ସେନାର ଯୁଦ୍ଧ କରିବାର କ୍ଷମତାକୁ ଆହୁରି ତ୍ୱରାନ୍ୱିତ କରିବ।

ଏହା ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକପ୍ଟର। ଏହି ମଲ୍ଟି-ରୋଲ୍ ଯୁଦ୍ଧ ହେଲିକପ୍ଟରକୁ ଆମେରିକା ସେନା ବ୍ୟବହାର କରିଥାଏ।

ଏହି ଅତ୍ୟାଧୁନିକ ବିମାନକୁ ଚଳାଇବା ପାଇଁ ଗତବର୍ଷ ବାୟୁସେନାର ଏକ ପାଇଲଟ୍ ଦଳ ଆମେରିକା ଯାଇ ପ୍ରଶିକ୍ଷଣ ନେଇଥିଲେ। ୨୦୨୦ ସୁଦ୍ଧା ୨୨ଟି  ଆପାଚ୍‌ ହେଲିକପ୍ଟର ବାୟୁସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ୨୦୧୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୬ଟି ଆପାଚ୍‌ ଅତ୍ୟାଧୁନିକ ହେଲିକପ୍ଟର ପାଇଁ ବୋଇଂ କମ୍ପାନୀ ସହ ଚୁକ୍ତି କରିଥିଲା। ଏହି ୬ଟି ହେଲିକପ୍ଟରରେ ଯୁଦ୍ଧାସ୍ତ୍ର ଖଞ୍ଜା ଯିବାର ବ୍ୟବସ୍ଥା କରିବାକୁ ୪,୧୬୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏହି ହେଲିକପ୍ଟରଗୁଡ଼ିକୁ ସ୍ଥଳ ସେନାରେ ସାମିଲ କରାଯିବ।



from Odisha Reporter https://ift.tt/2NLQRvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages