ଅମାନବୀୟ ଭାବେ ପିଟିଲେ, ଚାକିରିରୁ ବାହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ଅମାନବୀୟ ଭାବେ ପିଟିଲେ, ଚାକିରିରୁ ବାହାରିଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାସ୍ତା  କଡ଼ରେ ବସିଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଅମାନବୀୟ ଭାବେ ବାଡ଼ିରେ ପିଟାଯିବାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରି ଲଜ୍ଜାଜନକ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲ ଗେଟ୍‌ ନିକଟରେ। ଆଉ ଉକ୍ତ ହସ୍ପିଟାଲରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ନିର୍ଦ୍ଦୟ ଭାବେ ଯୁବକଙ୍କୁ ପିଟିଛନ୍ତି। ଯୁବକଜଣକ ଛାଡ଼ିଦେବାକୁ ନେହୁରା ହେବା ସତ୍ତ୍ୱେ ତାଙ୍କ ହୃଦୟ ତରଳି ନାହିଁ।  ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ପୁଲିସ୍‌ ଗିରଫ କରିଛି। ଏଥିସହ ତାଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା  ଚାକିରିରୁ ବାହାର କରିଦେଇଛି।

ପୂରା ଘଟଣାଟି ଏହିପରି। ରାଉରକେଲା ସରକାରୀ ହସ୍ପିଟାଲ  ବାଉଣ୍ଡରି  ନିକଟରେ ସୋମବାର ଅପରାହ୍ନରେ ଜଣେ ମାନସିକ ଯୁବକ ବସିଥିଲେ।  ହଠାତ୍‌ ହସ୍ପିଟାଲରେ କାର୍ଯ୍ୟରତ  ଶାରଳା secruity service ର  ସିକ୍ୟୁରିଟି ଗାର୍ଡ ସୁଶାନ୍ତ ପାତ୍ର ସେଠାରେ ପହଞ୍ଚିଥିଲେ। ଏହାପରେ  ଅତି ନିର୍ଦ୍ଦୟ ଓ ଅମାନବୀୟ ଭାବେ ଆରମ୍ଭ କରିଦେଲେ ମାଡ଼ ବର୍ଷା । ଏକ ଲମ୍ବା ଠେଙ୍ଗାରେ ସେ ଯୁବକଙ୍କୁ ପିଟି ଚାଲିଥିବା ବେଳେ ତାଙ୍କ ଆକୁଳ ଚିତ୍କାର  ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।  ରାସ୍ତାରେ ଯାଉଥିବା ଲୋକେ ପାଟି କରିବାକୁ ସେ ସେଠାରୁ ପଳାଇ ଯାଇଥିଲେ।

ଏହି ମାଡ ମରା ଘଟଣା ଭିଡ଼ିଓ ଭାଇରାଲ ହେବା ପରେ secruity ସଂସ୍ଥା ପକ୍ଷରୁ ଉକ୍ତ ଗାର୍ଡଙ୍କୁ ବାହାର କରିଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ରଘୁନାଥପାଲି ଥାନା ପୁଲିସ୍‌ ଉକ୍ତ ମାନସିକ ଭିନ୍ନକ୍ଷମଙ୍କୁ ଚିକିତ୍ସା ଲାଗି ରାଉରକେଲା ହସ୍ପିଚାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି  ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ସୁଶାନ୍ତଙ୍କୁ ଗିରଫ କରିଛି।

ଏହି ମାନସିକ ଭିନ୍ନକ୍ଷମ ଯୁବକଜଣକ  ୧୦ ଦିନ ହେଲା ସେଠାରେ ବୁଲାବୁଲି କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଖାଇବାକୁ ଦେଉଥିଲେ । ଏହି ଘଟଣା ସମଗ୍ର ସହରରେ ଆଲୋଡନ ସୃଷ୍ଟି କରିଛି ।

 



from Odisha Reporter https://ift.tt/32kQ7S7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages