କଟକ(ଓଡ଼ିଶା ରିପୋର୍ଟର): ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସଞ୍ଜୟ କହିଛନ୍ତି.“ ଘଟଣାଟି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍କୁ ଆଧାର କରି ଘଟିଛି। ଅର୍ଥତତ୍ତ୍ୱ ଘଟଣାରେ ସିବିଆଇ କିଛିଦିନ ତଳେ ଚାର୍ଜସିଟ୍ କରିଥିଲା । ରାତାରାତି ଷଡ଼ଯନ୍ତ୍ର କରାଯାଇ ଏପରି କରାଯାଇଛି। ଆଗକୁ OCA ନିର୍ବାଚନ ଥିବାରୁ ଚାପ ପକାଇବାକୁ ଉଦ୍ୟମ କରାଯାଇଛି। ନିର୍ବାଚନରେ ହାରିବା ଆଶଙ୍କାରେ ଏପରି କରାଯାଇଛି। ଅତୀତରେ ଯେଉଁମାନେ ସହଯୋଗୀ ଥିଲେ,ସେମାନେ ଷଡ଼ଯନ୍ତ୍ରକାରୀ ।ସେମାନେ ଯେଉଁ ହୀନ ଚକ୍ରାନ୍ତ କଲେ, ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ।
ସେ ଆହୁରି କହିଛନ୍ତି, OPLରେ ଅର୍ଥତତ୍ତ୍ୱ ଅର୍ଥ ଲଗାଇବା ନେଇ ସମସ୍ତେ ଅବଗତ ଥିଲେ। ଆଜି ସକାଳେ ସିବିଆଇର ୧୫/୨୦ ଜଣିଆ ଟିମ୍ ଆସିଥିଲେ। କୋର୍ଟ ୱାରେଣ୍ଟ ବଳରେ ଗିରଫ କରାଯାଉଛି ବୋଲି ଜଣାଇଥିଲେ।
ସଞ୍ଜୟ କହିଛନ୍ତି,“ ମୁଁ ଆଶୀର୍ବାଦ ବେହେରାଙ୍କ ପୁଅ। ବାପାଙ୍କୁ ଗିରଫ କରିବା ପରେ ମୁଁ ଆହୁରି ଷ୍ଟ୍ରଙ୍ଗ ହୋଇଯାଇଛି। ସବୁ ମେମ୍ବରମାନେ ବାପାଙ୍କୁ ଭଲ ପାଆନ୍ତି। ଆମେ ଯେତେ ଭୋଟ୍ରେ ଜିତିଥାନ୍ତୁ, ତା’ଠାରୁ ଅଧିକ ସଂଖ୍ୟାର ଭୋଟରେ ଜିତିବୁ। ଭଗବାନଙ୍କ ଆର୍ଶୀବାଦ ମୋ ଉପରେ ଅଛି। ମୁଁ ଲଢ଼ିବି। ଆସନ୍ତାକାଲି ମୁଁ ନୋମିନେସ୍ନ୍ ଦାଖଲ କରିବି।
from Odisha Reporter https://ift.tt/30d3tSU
No comments:
Post a Comment