ଫୋନ ପାଇଁ ଜୀବନ ନେଲା ଦୁଃଖନାଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ଫୋନ ପାଇଁ ଜୀବନ ନେଲା ଦୁଃଖନାଶନ

ସମ୍ବଲପୁର(ସଞ୍ଜୟ ଜେନା): ସାମାନ୍ୟ ମୋବାଇଲ ଫୋନ୍ ପାଇଁ ଅଧ୍ୟାପକଙ୍କ ଜୀବନ ନେଇଗଲେ ଯୁବକ। ସମ୍ବଲପୁର ଜିଲ୍ଲାରେ ଘଟିଛି ଏପରି ଅସ୍ୱାଭାବିକ ଘଟଣା । ଗତ ୫ ତାରିଖରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ୍‌ର ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏଭଳି କିଛି ପର୍ଦ୍ଦାଫାସ କରିଛି ପୁଲିସ୍‌।

ସୂଚନା ଅନୁସାରେ, ସେପ୍ଟେମ୍ବର ୫ ତାରିଖ ରାତିରେ ହୃଦାନନ୍ଦ ମୁରା ସ୍କୁଲ ନିକଟ ନିଜ ରୁମ୍‌ରେ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଃଖନାଶନ ବାଗ୍‌(୨୦) ନାମକ ଯୁବକ ତାଙ୍କ ରୁମରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ। ଏହାପରେ ଅଧ୍ୟାପକ ଖାଇବାକୁ ବସିଥିବା ବେଳେ ଦୁଃଖନାଶନ ହଠାତ ପଛପଟୁ ତାଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ପିଟି ଦେଇଥିଲେ।  ପରେ ତଣ୍ଟି ଚିପି ହତ୍ୟା କରି ଅଧ୍ୟାପକଙ୍କ ମୋବାଇଲ ଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ହତ୍ୟାକାଣ୍ଡ ପରେ ଦୁଃଖନାଶନକୁ ଧରିବା ପାଇଁ ପୁଲିସ୍‌ ତା’ର ମୋବାଇଲ ଫୋନକୁ ଟ୍ରାକ୍ କରିଥିଲା। ଯେତେବେଳେ ଦୁଃଖନାଶନ ଅଧ୍ୟାପକଙ୍କ ଫୋନରେ ନିଜ୍ ସିମ୍ ପକାଇ ଥିଲା, ଏନେଇ ପୁଲିସ୍‌କୁ ସୂଚନା ମିଳିଥିଲା। ଏହା ଜଣାପଡ଼ିବା ପରେ ଶାସନ ଥାନା ପୁଲିସ୍‌ ଗତକାଲି ଦୁଃଖନାଶନକୁ ଗିରଫ କରିବା ସହ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ପୁଲିସ୍‌ ତା’ ନିକଟରୁ ଚୋରି ମୋବାଇଲ ଉଦ୍ଧାର କରିଛି।



from Odisha Reporter https://ift.tt/2ZTYuax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages