କେଟେଲ୍, ଭେରିଗୁଡ୍ ଓ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

କେଟେଲ୍, ଭେରିଗୁଡ୍ ଓ ଗାନ୍ଧି

ହାଇସ୍କୁଲ୍‌ ପ୍ରବେଶ କଲା ବେଳକୁ ଗାନ୍ଧିଜୀଙ୍କୁ ୧୧ ବର୍ଷ ହୋଇଥିଲା। ପ୍ରଥମ ବର୍ଷ ପରୀକ୍ଷାରେ ସେ ଆଦୌ ଭଲ କରି ନଥିଲେ। ସେହିପରି ବର୍ଷର ପ୍ରଥମାର୍ଦ୍ଧର ୭୮ ଦିନରୁ ୫୬ ଦିନ ସେ ସ୍କୁଲ୍‌ରେ ଅନୁପସ୍ଥିତ ଥିଲେ। ତଥାପି ତାଙ୍କୁ ‘ଭେରିଗୁଡ୍’ ଦିଆଯାଇଥିଲା। ଆହୁରି ରୋଚକ କଥା ହେଉଛି, ତାଙ୍କଠାରୁ ଯଥେଷ୍ଟ ଅଧିକ ନମ୍ବର ରଖିଥିବା ପିଲାମାନେ ‘ଗୁଡ୍’ ପାଇଥିବା ବେଳେ ତାଙ୍କୁ ‘ଭେରିଗୁଡ୍’ ଦିଆଯାଇଥିଲା। ଅବଶ୍ୟ ତାଙ୍କର ଆଉ ଜଣେ ସହପାଠୀ ବି ‘ଭେରିଗୁଡ୍’ ପାଇଥିଲେ, ଯିଏ ଖୁବ୍ ଭଲ ପଢୁଥିଲେ ଓ ଦିନେ ବି ସ୍କୁଲ୍‌ରେ ଅନୁପସ୍ଥିତ ରହି ନଥିଲେ। ଆଉ ଗାନ୍ଧିଜୀଙ୍କର ଏହି ‘ଭେରିଗୁଡ୍‌’ ପାଇବା ପଛରେ ରହିଥିବା ରହସ୍ୟକୁ ଶ୍ରୀ ଶରତ କୁମାର ମହାନ୍ତି ତାଙ୍କ ପୁସ୍ତକ ‘ଗାନ୍ଧି ମଣିଷ’ରେ ଭାରି ବଢ଼ିଆ ଢଙ୍ଗରେ ବର୍ଣ୍ଣନା କରିଛନ୍ତି।

ଦିନେ ଶିକ୍ଷା ଇନ୍ସପେକ୍ଟର ସ୍କୁଲ୍ ପରିଦର୍ଶନରେ ଆସିଥିଲେ। ସେ ଗାନ୍ଧିଜୀଙ୍କ ଶ୍ରେଣୀକୁ ଯାଇଥିଲେ। ସେ ପିଲାମାନଙ୍କୁ ଇଂରାଜୀରେ ‘କେଟେଲ୍‌’ (Kettle)ର ବନାନ ଲେଖିବା ପାଇଁ କହିଥିଲେ। ଗାନ୍ଧିଜୀ ବନାନଟି ଭୁଲ୍ ଲେଖିଥିଲେ। ତାଙ୍କ ଶ୍ରେଣୀ ଶିକ୍ଷକ ଏହା ଦେଖି ନେଇଥିଲେ। ପାଖ ପିଲାର ସିଲଟକୁ ଦେଖି ବନାନଟିକୁ ସଂଶୋଧନ କରି ନେବାକୁ ସେ ଗାନ୍ଧିଜୀଙ୍କୁ ଇସାରା କରିଥିଲେ। ତେବେ ସେ ବାରମ୍ବାର ଠାରିବା ସତ୍ତ୍ୱେ ଗାନ୍ଧିଜୀ ତାଙ୍କ ନିର୍ଦ୍ଦେଶକୁ ପାଳନ କଲେ ନାହିଁ। ତେବେ ଶିକ୍ଷକଙ୍କ ଇସାରା ମାନି ଅନ୍ୟ ପିଲାମାନେ ଉକ୍ତ ବନାନଟିକୁ ଠିକ୍ ଭାବେ ଲେଖିଥିଲେ।

ଶ୍ରୀ ମହାନ୍ତି ତାଙ୍କ ପୁସ୍ତକରେ ଲେଖିଛନ୍ତି- ଆମେ କେତେକ ସ୍ଥାନରେ ପଢ଼ିଛୁ ଓ ସ୍ୱାଭାବିକ ଭାବେ ଧରି ନେଇଛୁ ଯେ ଉକ୍ତ ଶିକ୍ଷକ ମୋହନଙ୍କୁ ବୋକା ବୋଲି ଗାଳିଦେଲେ। ଦେଇଥିବେ, ମାତ୍ର ଧୀରସ୍ଥିର ଭାବେ ବିଷୟଟିକୁ ଭାବିବା ପରେ ମୋହନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଜାତ ହୋଇଥିବ। କାରଣ ମୋହନଙ୍କ ଆଚରଣ ‘ଭେରିଗୁଡ୍‌’ ବୋଲି ଏଇ ଶିକ୍ଷକ ଲିପିବଦ୍ଧ କରିଥିଲେ। ମୋହନ ସେତେବେଳେ ଅହିଂସାର ତାତ୍ପର୍ଯ୍ୟ ବୁଝି ନଥିଲେ। ମାତ୍ର ଉକ୍ତ ଶିକ୍ଷକଙ୍କ ପ୍ରତି ତାଙ୍କର ମନୋଭାବ ଥିଲା ଅହିଂସା। ସେ ଅନୁଭବ କଲେ ପିଲାଟା ସାଧୁ। ‘ଭେରିଗୁଡ୍’ ପାଇବା ତା’ର ହକ୍। ସେଥିରୁ ସେ କାହିଁକି ତାକୁ ବଞ୍ଚିତ କରିବେ?

ଶିକ୍ଷା ଇନ୍ସପେକ୍ଟରଙ୍କ ସ୍କୁଲ୍ ପରିଦର୍ଶନ ବେଳର ଏହି ଘଟଣାଟିକୁ ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀ “The Story of My Experiments with Truth”ରେ ମଧ୍ୟ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2lSyh9m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages