କଳିଙ୍ଗନଗରରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ଗୋଡ଼ରେ ବାଜିଛି ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

କଳିଙ୍ଗନଗରରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଡକାୟତି ଉଦ୍ଦେଶ୍ୟରେ ନୟାଗଡ଼ରୁ ରାଜଧାନୀ ଆସିଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ହୋଇଛି । କଳିଙ୍ଗନଗର କେ ସେଭେନ୍ ଅଞ୍ଚଳରେ ଆଜି ଭୋରୁ ଏହି ଏନକାଉଣ୍ଟର ହୋଇଛି। ତାଙ୍କ ନାଁ ସୁଶାନ୍ତ ମାଝୀ ଓ  ଘର ନୟାଗଡ଼ ହାଟବସ୍ତା ଅଞ୍ଚଳରେ ।। ପୁଲିସ୍‌  ସୁଶାନ୍ତଠାରୁ ଗୋଟିଏ ୯ଏମ୍ଏମ୍ ପିସ୍ତଲ ଓ ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ।

ପୁଲିସ୍‌ର ସୂଚନା ଅନୁଯାୟୀ , ଡକାୟତି ଉଦ୍ୟମ ପାଇଁ ସୁଶାନ୍ତ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲେ । କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱର କଳିଙ୍ଗନଗର କେ-୭ ଅଞ୍ଚଳରେ ପୁଲିସ୍‌ ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ ସୁଶାନ୍ତ ପୁଲିସ୍‌  ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୁଲିସ୍‌ ମଧ୍ୟ ତା ଉପରକୁ ଗୁଳି ଚଳାଇବା ସହ ପରେ ଏନ୍‌କାଉଣ୍ଟର କରିଥିଲା । ସୁଶାନ୍ତଙ୍କ ବାମ ଗୋଡର ଆଣ୍ଠୁ ତଳକୁ ଗୁଳି ବାଜିଛି ।

ଆହତ ଅବସ୍ଥାରେ ସୁଶାନ୍ତଙ୍କୁ  ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି । ସୁଶାନ୍ତ ନାଁରେ ଏକାଧିକ ଡକାୟତି ସହ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ଟାଙ୍ଗୀରୁ ୬୦ଲକ୍ଷ ଟଙ୍କା ଲୁଟ୍ ଘଟଣାରେ  ସେ ସଂପୃକ୍ତ ଥିବା ପୁଲିସ୍‌ ସୂଚନା ଦେଇଛି । ୨୦୧୯ରେ କମିଶନରେଟ୍ ପୋଲିସର ଏହା ଷଷ୍ଠ ଏନ୍‌କାଉଣ୍ଟର । ଏହା ପୂର୍ବରୁ ପୋଲିସ ୫ଟି ଏନ୍‌କାଉଣ୍ଟର କରିସାରିଛି ।



from Odisha Reporter https://ift.tt/2LlYKpS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages