ଖୋର୍ଦ୍ଧାରେ ଏନ୍‌କାଉଣ୍ଟର; ଜାମସେଦର ଆଣ୍ଠୁରେ ବାଜିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର; ଜାମସେଦର ଆଣ୍ଠୁରେ ବାଜିଲା ଗୁଳି

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି।  ଏଥିରେ  ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତାର ବାମ ଆଣ୍ଠୁରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଭୁବନେଶ୍ୱରସ୍ଥିତ ଏମସ୍‌କୁ ସ୍ଥାନାନ୍ତର କରାଯାଇଛି।

ଗତ କାଲି ରାତି ପ୍ରାୟ ଗୋଟାଏ ବେଳେ ନିରାକାରପୁର ଓ ଟାଙ୍ଗୀ ପୁଲିସ୍‌ର ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଏନ୍‌କାଉଣ୍ଟର ସମୟରେ ଜାମସେଦ ପୁଲିସ୍‌ ଉପରକୁ ବୋମାମାଡ଼ କରିଥିଲା। ଏଥିରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଆଇଆଇସି ସାମାନ୍ୟ ଆହତ ହୋଇଛନ୍ତି।

ଜାମସେଦ ଖାଁ ନାଁରେ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡ଼ିଛି।

 



from Odisha Reporter https://ift.tt/2MXSUNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages