ଚନ୍ଦ୍ରଯାନ-୨ର ସଫଳତା ୯୮%କୁ ନେଇ ଭିନ୍ନମତ ପରେ ପ୍ରତିକ୍ରିୟା ରଖିଲେ ଶିବନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ଚନ୍ଦ୍ରଯାନ-୨ର ସଫଳତା ୯୮%କୁ ନେଇ ଭିନ୍ନମତ ପରେ ପ୍ରତିକ୍ରିୟା ରଖିଲେ ଶିବନ୍

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ରେ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ବିକ୍ରମ ଲ୍ୟାଣ୍ଡରର ସଫଳତା ୯୮ ପ୍ରତିଶତ। ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ କହିଥିଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍। ଏହାପରେ ଅନେକ ବୈଜ୍ଞାନିକ ଶିବନଙ୍କ ମତକୁ ନେଇ ଭିନ୍ନ ମତ ରଖିଥିଲେ। କାରଣ ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ଇସ୍ରୋ ମିଶନ ଚନ୍ଦ୍ରଯାନ୨ର ସଫଳତାକୁ ୯୫ ପ୍ରତିଶତ ବୋଲି କହିଥିଲା।

ଏବେ ଶିବନ ପ୍ସଷ୍ଟ କରିଛନ୍ତି ସେ କାହିଁକି ୯୮ପ୍ରତିଶତ ସଫଳତା ବୋଲି କହିଥିଲେ। ମିଶନ ଚନ୍ଦ୍ରଯାନ ୨ର ସଫଳତା ନେଇ ଏକ ଜାତୀୟ ସ୍ତରର କମିଟି ଗଠନ କରାଯାଇଛି। ଏହି ଟିମ୍ ମିଶନ ଚନ୍ଦ୍ରଯାନ ୨ର ସମସ୍ତ ପ୍ରକ୍ରିୟା ଉପରେ ସମୀକ୍ଷା କରୁଛି। ଏହି ଟିମ୍ ମିଶନ ଚନ୍ଦ୍ରଯାନ ୨ର ସଫଳତା ୯୮ ପ୍ରତିଶତ କହିଛି ବୋଲି ଶିବନ କହିଛନ୍ତି।

ମିଶନ ଚନ୍ଦ୍ରଯାନ ୨କୁ ୯୮ ପ୍ରତିଶତ ସଫଳ କହିବା ଠିକ୍ ହେବ। ଏ ନେଇ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି ଶିବନ। ସେ କହିଛନ୍ତି ପ୍ରଥମଥର ପାଇଁ ଇସ୍ରୋ ୪ଟନରୁ ଅଧିକ ଓଜନ ବିଶିଷ୍ଟ ଜିଓଷ୍ଟେଶନାରୀ ସାଟେଲାଇଟର ଅର୍ବିଟରେ ସଂଯୋଗ କରାଯାଇଛି। ଏହି ଅର୍ବିଟ୍ ଚନ୍ଦ୍ର ଚାରିପଟେ ଘୁରି ବୁଲୁଛି। ଏହି ଅର୍ବିଟ୍ ଜରିଆରେ ଚନ୍ଦ୍ରପୃଷ୍ଠର ଚିତ୍ର ଇସ୍ରୋ ପାଇବାରେ ସକ୍ଷମ ହେଉଛି।

ଏହାସହ ପ୍ରଥମ ଥର ପାଇଁ ଦୁଇଟି ସାଟେଲାଇଟ୍ ଲ୍ୟାଣ୍ଡର ଏବଂ ଅର୍ବିଟରକୁ ଏକାସାଙ୍ଗରେ ଚନ୍ଦ୍ରର କକ୍ଷ ନିକଟରେ ପହଞ୍ଚିଛି। ସେହିପରି ଅର୍ବିଟରରେ ଇସ୍ରୋ ଏକ ପେଲୋଡସ ସଂଯୋଗ କରାଯାଇଛି। ଯାହାକି ବିଶ୍ୱରେ ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଶିବନ କହିଛନ୍ତି।

ଆଗାମୀ ଦିନରେ ଜାତୀୟ ସମୀକ୍ଷା କମିଟି ମିଶନ ଚନ୍ଦ୍ରଯାନ ୨ର ସମସ୍ତ ସମୀକ୍ଷା ଅର୍ବିଟର ଦ୍ୱାରା ପଠାଯାଉଥିବା ଫଟୋ ଚିତ୍ରକୁ ନେଇ କରିବ। ଏହାପରେ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ନାସା ମଧ୍ୟ ମିଶନ ଚନ୍ଦ୍ରଯାନ ୨ର ସମୀକ୍ଷା କରୁଛି। ଏଥିପାଇଁ ଲୁନାର ରିକନସେସ ଅର୍ବିଟରର(ଏଲଆରଓ) ଡାଟାକୁ ଅଧ୍ୟୟନ କରୁଛି ବୋଲି ଶିବନ କହିଛନ୍ତି। ସମୟ ଆସିଲେ ନାସାର ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି।

ନାସାର ବୈଜ୍ଞାନିକ କହିଛନ୍ତି ଚନ୍ଦ୍ରର ଦକ୍ଷିଣ ମେରୁରୁ ୬୦୦ କିଲୋମିଟର ଦୂରରେ ବିକ୍ରମ ଲ୍ୟାଣ୍ଡର ଖସି ପଡ଼ିଛି। ୧୭ ସେପ୍ଟେମ୍ୱରରେ ଏଲଆରଓ ଯେତେବେଳେ ସେହି ଅଞ୍ଚଳ ଦେଇ ଘୁରିବୁଲୁଥିଲା। କିନ୍ତୁ ଅନ୍ଧାର ଥିବାରୁ ବିକ୍ରମ ଲ୍ୟାଣ୍ଡର ବାବଦରେ ସଠିକ୍ ତଥ୍ୟ ପାଇବାରେ ଏଲଆରଓ ବିଫଳ ହୋଇଥିଲା ବୋଲି ଶିବନ କହିଛନ୍ତି। ଅକ୍ଟୋବରରେ ସେହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ପରେ ଏଲଆରଓ ସମସ୍ତ ତଥ୍ୟ ଦେବ ବୋଲି ନାସା କହିଥିବା ସେ କହିଛନ୍ତି।

ଆଗାମୀ ଦିନରେ ଇସ୍ରୋର ମିଶନ ଆଦିତ୍ୟ-ଏଲ୧ ରହିଛି। ଆସନ୍ତା ବର୍ଷ ଏପ୍ରିଲରେ ଏହାର ଶୁଭାରମ୍ଭ ହେବ ବୋଲି ରକେଟ ମ୍ୟାନ୍ ଶିବନ କହିଛନ୍ତି। ଏହା ମୁଖ୍ୟତଃ ଗୁଇନ୍ଦା କାମ କରିବାରେ ସହଯୋଗ କରିବ ବୋଲି ଜଣାପଡ଼ିଛି। ସେହିପରି ଚଳିତ ବର୍ଷ ଶେଷରେ ନହେଲେ ଆସନ୍ତାବର୍ଷ ଆରମ୍ଭରେ ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଏସଏସଏଲଭି) ଲଞ୍ଚ ହେବ ବୋଲି ସେ କହିଛନ୍ତି। ସେହିପରି ୨୦୨୧ରେ ଗଗନଯାନ ଲଞ୍ଚ ହେବ ବୋଲି କହିଥିବା ବେଳେ ୨୦୨୩-୨୪ରେ ଶୁକ୍ର ଗ୍ରହକୁ ଭାରତ ସାଟେଲାଇଟ ଛାଡ଼ିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2opjMLa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages