ମୋବାଇଲ୍ ଆପରେ ହେବ ଜନଗଣନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ମୋବାଇଲ୍ ଆପରେ ହେବ ଜନଗଣନା

ନୂଆଦିଲ୍ଲୀ: ଦେଶର ଜନ ଗଣନା ଆଧାରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥାନ୍ତି। ତେଣୁ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ତଥ୍ୟ ଉପରେ ଦେଶର ସମସ୍ତ ଯୋଜନା ନିର୍ଭର କରିଥାଏ। ଜନସଂଖ୍ୟା କିଭଳି ସଠିକ୍ ଏବଂ ଶୀଘ୍ର ହେବ ସେ ନେଇ ଆଗାମୀ ଦିନରେ ମୋବାଇଲ୍ ଆପ୍ ବ୍ୟବହାର କରିବେ କେନ୍ଦ୍ର ସରକାର। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ଡିଜିଟାଲ୍ ମିଡିଆରେ ଗଣନା ହେଲେ ଅନେକ ତଥ୍ୟ ଶୀଘ୍ର ମିଳିପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ଅନ୍ତିମ ଥର ଜନ ଗଣନା ହୋଇଥିଲା। ଏହି ସମୟରେ ଦେଶର ଜନସଂଖ୍ୟା ୧୨୧ କୋଟି ଥିଲା। ଏବେ ଠିକ୍ ୧୦ ବର୍ଷ ପରେ ୨୦୨୧ରେ ଜନ ଗଣନା ହେବାକୁ ଯାଉଛି।  ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ୩୩ ଲକ୍ଷ ଲୋକ ଜନଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହେବେ।

୨୦୨୧ରେ ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ ବୋଲି କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ କରି କହିଥିଲେ।

ଶାହ ଆହୁରି କହିଛନ୍ତି ୧୮୬୫ରେ ପ୍ରଥମ ଥର ପାଇଁ ଦେଶର ଜନଗଣନା ହୋଇଥିଲା। ୨୦୨୧ରେ ୧୬ଶ ଜନଗଣନା ହେବାକୁ ଯାଉଛି। ଅନେକ ପ୍ରସଙ୍ଗରେ ଚିନ୍ତାକରି ମୋଦି ସରକାର ଆଗକୁ ହେବାକୁ ଥିବା ଜନଗଣନା ଆପ୍ ଜରିଆରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୦୧୪ରେ ମୋଦି ସରକାର ଆସିବା ପରେ ଦେଶର ଚିନ୍ତାଧାରାରେ ବୈଷୟିକ ଜ୍ଞାନକୁ ଯୋଡ଼ା ଯାଇଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2IiVZDW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages