‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଫ୍ଲପ୍ ଶୋ କହି ଟ୍ରୋଲ୍‌ର ସମ୍ମୁଖୀନ ପାକିସ୍ତାନର ଦୁଇ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଫ୍ଲପ୍ ଶୋ କହି ଟ୍ରୋଲ୍‌ର ସମ୍ମୁଖୀନ ପାକିସ୍ତାନର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ହୋଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଳିତ କାର୍ଯ୍ୟକ୍ରମକୁ ସମାଲୋଚନା କରି ଅଡୁଆରେ ପାକିସ୍ତାନର ଦୁଇ ମନ୍ତ୍ରୀ। ପୂର୍ବରୁ ମିଶନ ଚନ୍ଦ୍ରଯାନ ୨କୁ ସମାଲୋଚନା କରି ନିଜ ଦେଶର ଲୋକଙ୍କ ଦ୍ୱାରା ନିନ୍ଦିତ ହୋଇଥିବା ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଫଓ୍ୱାଦ୍ ଚୈଧୁରୀ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଫ୍ଲପ ଶୋ ବୋଲି ଟୁଇଟ୍ କରିଛନ୍ତି। ଏମିତିକି ଭାରତ ଅର୍ଥବଳ ପ୍ରୟୋଗ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଫଓ୍ୱାଦ୍ କହିଛନ୍ତି।

ଏହାକୁ ନେଇ ସୋଶାଲ ମିଡିଆରେ ସମସ୍ତେ ଫାଓ୍ୱଦଙ୍କୁ ସମାଲୋଚନା କରିଛନ୍ତି। କେହି କେହି ହୋଷ୍ଟନର ଏନଆରଜି ଷ୍ଟାଡିୟମରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିଡ଼ର ଚିତ୍ର ଶେୟାର କରିଥିଲେ, ତ ଆଉ କେହି କେହି କହିଛନ୍ତି ମୋଦିଙ୍କୁ ସ୍ୱାଗତ କରିବା ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଡୋର୍ ମ୍ୟାଟ୍ ବିଛା ଯାଇଥିଲା।

ସେହିପରି ନିକଟରେ ଅଣ୍ଡାମାଡ଼ ଏବଂ ମୋଦିଙ୍କ ନାଁ ନେଇ ସମାଲୋଚନା କରୁଥିବା ବେଳେ କରେଣ୍ଟ ମାଡ଼ ଖାଇଥିବା ରେଳମନ୍ତ୍ରୀ ରଶିଦ୍ ଖାନ୍ ମଧ୍ୟ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ କହିଥିଲେ ଆତଙ୍କବାଦୀ ପ୍ରସଙ୍ଗରେ ଭାରତ ସହ ଆମେରିକା ରହିଛି। ଏହାକୁ ନେଇ ରଶିଦ୍ କହିଛନ୍ତି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ କେବଳ ଚାଇନା ରହିଛି। ଆମେରିକାକୁ ବିଶ୍ୱାସ କରିହେବନି।

ଅନ୍ୟପଟେ ପାକିସ୍ତାନର ଏହି ଦୁଇ ନେତାଙ୍କୁ ସମାଲୋଚନା କରିବାକୁ ଯାଇ ଅନେକ ସୋଶାଲ ମିଡିଆ ଆକାଉଣ୍ଟଧାରୀ କହିଛନ୍ତି ଜର୍ଜ ବୁଶ ଇଣ୍ଟରନେଶନାଲ ଷ୍ଚାଡ଼ିୟମରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉଭୟ ଆମେରିକା ଏବଂ ଭାରତର ଅଧିକାରୀ ଏବଂ ଟ୍ରମ୍ପଙ୍କ ମନ୍ତ୍ରୀ ଆସିଥିଲେ। ଏଥିପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସ୍ୱାଗତ କରିବା ପାଇଁ କେବଳ ପାକିସ୍ତାନର ଅଧିକାରୀ ଆସିଥିଲେ। ଏଥିପାଇଁ ୧ ଫୁଟର ଡୋର୍ ମ୍ୟାଟ୍ ବିଛା ଯାଇଥିଲା।



from Odisha Reporter https://ift.tt/2V6EOdY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages