ବସ୍ତାଏ ସାର ପାଇଁ ଚାଲିଛି ପ୍ରତିଯୋଗୀତା; ସମବାୟ ସମିତିରେ ଲମ୍ବା ଲାଇନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ବସ୍ତାଏ ସାର ପାଇଁ ଚାଲିଛି ପ୍ରତିଯୋଗୀତା; ସମବାୟ ସମିତିରେ ଲମ୍ବା ଲାଇନ

ତେଲକୋଇ (ଚିନ୍ମୟ କୁମାର ସାହୁ): ଚଳିତ ବର୍ଷ ଖରିଫ ଚାଷ ଆରମ୍ଭରୁ ବର୍ଷା ପରିମାଣ କମ୍ ରହିଥିଲା। ଫଳରେ ଚାଷୀ ରୁଆ ବେଉଷଣ ଡେରିରେ କରିବାକୁ ବାଧ୍ୟ ହେଲେ। ଏବେ ଚାଷଜମିକୁ ୟୁରିଆ ସାର ଦରକାର ପଡ଼ୁଥିବା ବେଳେ, ସମବାୟ ସମିତି ଆବଶ୍ୟକତା ମୁତାବକ ପରିମାଣର ସାର ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ ଆସିଛି ଏହି ଅଭିଯୋଗ।

ତେଲକୋଇ ସମବାୟ ସମିତିରେ ସାର ବସ୍ତାଏ ପାଇଁ ଚାଲିଛି ପ୍ରତିଯୋଗୀତା। ସାର ଗୋଦାମରେ ଯେତିକି ସାର ନାହିଁ, ତା’ ଠାରୁ ଅଧିକ ଅଛନ୍ତି ଚାଷୀ। ସମସ୍ତଙ୍କର ୟୁରିଆ ସାର ଦରକାର। ହେଲେ ସମବାୟ ସମିତି ଗୋଦାମରେ ଆବଶ୍ୟକତା ଅନୁଯାୟୀ ୟୁରିଆ ସାର ମିଳୁ ନାହିଁ। ଜଣେ ଚାଷୀଙ୍କୁ କେବଳ ବସ୍ତାଏ ୟୁରିଆ ସାର ମିଳୁଛି। ଯାହା ସମୁଦ୍ରକୁ ସଙ୍ଖେ।

ଚଳିତ ବର୍ଷ ବର୍ଷା ଅଭାବ ଯୋଗୁ ବିଳମ୍ୱରେ ତେଲକୋଇ ବ୍ଲକରେ ଚାଷ କାମ ଆରମ୍ଭ ହୋଇଥିଲା। ଧାନ ଗଛ ଛୋଟ ଛୋଟ ହୋଇଥିବାରୁ ୟୁରିଆ ସାରର ଅବଶ୍ୟକତା ରହିଛି। କିନ୍ତୁ ସମବାୟ ସମିତିର ଗୋଦାମରେ ଆବଶ୍ୟକତା ପରିମାଣରେ ସାର ନାହିଁ। ସରକାରୀ ଦରରେ ସମବାୟ ସମିତିରେ ସାର ମିଳୁଥିଲେ ମଧ୍ୟ ପର୍ଯ୍ୟାପ୍ତ ସାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରୁ ଚଢା ଦରରେ ୟୁରିଆ ସାର କିଣୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ସହିତ ୟୁରିଆ ସାର ଅବଶ୍ୟକତା ଅନୁଯାୟୀ ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ ଦିନ ସାର ପାଇଁ ଦୌଡ଼ି ଦୌଡ଼ି, ୩ ଘଣ୍ଟା ଧାଡ଼ିରେ ରହିଲେ ବି ଗୋଟିଏ ବସ୍ତା ସାର ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ତେବେ ଏନେଇ ତେଲକୋଇ ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ କେଶବ ଚନ୍ଦ୍ର ସାହୁ,କହିଛନ୍ତି, ୮୦ ମେଟ୍ରିକ୍ ଟନ ୟୁରିଆ ସାର ମଗାଯାଇଥିଲା। ମାତ୍ର ୨୪ ମେଟ୍ରିକ୍ ଟନ୍ ସାର ମିଳିଥିବାରୁ ଅସୁବିଧା ହେଉଛି। ସାର ଆସିଲେ ସମସ୍ୟାର ସବାଧାନ ହେବ। କିନ୍ତୁ କେବେ ସାର ଆସିବ ସଠିକ୍ କହିପାରିନଥିଲେ ।

ସାର ଯୋଗାଉଥିବା କେନ୍ଦୁଝର ମାର୍କଫେଡର ଏରିଆ ମ୍ୟାନେଜର ଅକ୍ଷୟ କୁମାର ମିଶ୍ର କହିଛନ୍ତି, ରାକ୍ ପଏଣ୍ଟରୁ କମ୍ ସାର ଆସିଥିଲା। କିନ୍ତୁ ଗୋଦାମରେ ସାର ମହଜୁଦ ରହିଛି। ସମବାୟ ସମିତି ଏହାକୁ ନେଇ ଚାଷୀଙ୍କୁ ଯୋଗାଇବାରେ କୈାଣସି ଅସୁବିଧା ନାହିଁ।

ଛାମୁଣ୍ଡା ଚାଷୀ ଦୟାନିଧି ପ୍ରଧାନ କହିଛନ୍ତି, “ମୁଁ ୧୨ ଏକର ଜମିରେ ଚାଷ କରିଛି। ମୋର ପାଞ୍ଚ ପକେଟ୍‌ ସାର ଦରକାର ଥିଲା। ମୋତେ ଗୋଟାଏ ପକେଟ୍‌ ସାର ମିଳିଲା। ଏହା ସମୁଦ୍ରକୁ ସଙ୍ଖେ। ଗୋଟିଏ ବସ୍ତା ସାର ପାଇଁ ଲୋକେ ଲମ୍ବା ଲାଇନ ଦେବାକୁ ପଡ଼ୁଛି।”



from Odisha Reporter https://ift.tt/2NZtij5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages