ହେଲ୍‌ଦି ଝଗଡ଼ା କରନ୍ତି ଅନିଶା-ଶୁଭାଶିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ହେଲ୍‌ଦି ଝଗଡ଼ା କରନ୍ତି ଅନିଶା-ଶୁଭାଶିଷ

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ ଝଗଡ଼ା କରନ୍ତି। ଛୋଟ ହେଉ କି ବଡ଼, ଝଗଡ଼ା ଜୀବନରେ ଲାଗିରହିଥାଏ। ପରିବାର ସହ ହେଉ ନହେଲେ ସାଙ୍ଗସାଥୀମାନଙ୍କ ସହ ଆପଣ ଝଗଡ଼ା କରୁଥିବେ। ସାଧାରଣତଃ ରାଗରେ ଲୋକମାନେ ଝଗଡ଼ା କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ହିତକର ବା ହେଲ୍‌ଦି ଝଗଡ଼ା କରନ୍ତି। ଏଇ ଯେମିତି ଓଲିଉଡ୍‌ ଅଭିନେତା ଶୁଭାଶିଷ ଏବଂ ଅଭିନେତ୍ରୀ ଅନିଶା। ଦୁହେଁ ସ୍ୱାମୀ ସ୍ତ୍ରୀ। ୩ ବର୍ଷ ହେଲା ଅନିଶା ଏବଂ ଶୁଭାଶିଷଙ୍କ ବିବାହ ହୋଇଛି। ଆଉ ସାଧାରଣତଃ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସାଧାରଣ କଥା। ହେଲେ ଶୁଭାଶିଷଙ୍କ କହିବା ଅନୁଯାୟୀ ପତ୍ନୀ ଅନିଶା ତାଙ୍କ ସହ ହେଲ୍‌ଦି ଝଗଡ଼ା କରନ୍ତି। ହେଲେ ସେଇଟା କଣ?

ହେଲ୍‌ଦି ଝଗଡ଼ା ମାନେ ତାଙ୍କର ଝଗଡ଼ା ସବୁବେଳେ କିଛି ଭଲ କାରଣକୁ ନେଇ ହୋଇଥାଏ। ଶୁଭାଶିଷ ଯଦି ଖାଦ୍ୟପେୟରେ ଅବହେଳା କରନ୍ତି କିମ୍ବା ବ୍ୟାୟାମରେ ଅବହେଳା କରିବେ ତେବେ ଅନିଶା ତାଙ୍କ ସହ ଝଗଡ଼ା କରନ୍ତି। ଶୁଭାଶିଷ କୁହନ୍ତି, ତାଙ୍କ ପତ୍ନୀ ଅନିଶା ୧୦୦ରୁ ୯୯ ଭାଗ ସାଙ୍ଗ ଏବଂ ଗୋଟେ ଭାଗ ସ୍ତ୍ରୀ। ସେ ତାଙ୍କର ପତ୍ନୀ ପରି ନୁହେଁ ଗୋଟେ ଭଲ ସାଙ୍ଗ ଭାବେ ଯତ୍ନ ନିଅନ୍ତି।

ସେମିତି ଶୁଭାଶିଷଙ୍କ ମଧ୍ୟ ଅନିଶାଙ୍କର ଯତ୍ନ ନିଅନ୍ତି ଏବଂ ଯଦି ସେ କିଛି ଭୁଲ୍‌ କରନ୍ତି ତେବେ ତାଙ୍କୁ ତାଗିଦ୍‌ କରନ୍ତି।



from Odisha Reporter https://ift.tt/301Fgjp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages