ସାଇନୋସାଇଟିସ୍‌ର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ସାଇନୋସାଇଟିସ୍‌ର ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସାଇନୋସାଇଟିସ୍‌’ ବା ‘ସାଇନସ୍‌ ଇନ୍‌ଫେକ୍‌ସନ୍‌’ ଏପରି ଏକ ରୋଗ, ଯେଉଁଥିରେ ପୀଡ଼ିତ ହେଲେ ରୋଗୀର ନାକ ଭିତରେ ପୋଡ଼ାଜଳା ହୋଇଥାଏ। ଏହା ସହିତ ରୋଗୀ ନିଃଶ୍ୱାସ ନେବାରେ ଅସହଜ ଅନୁଭବ କରିଥାଏ। ସାଇନସ୍‌ରେ ଏଭଳି ଯନ୍ତ୍ରଣା ଯୋଗୁ ସାଇନସ୍‌ ପ୍ରେସରର ସମସ୍ୟା ମଧ୍ୟ ଉପୁଜିଥାଏ। ଏଥିପାଇଁ ପ୍ରତି ଦୁଇ ତିନି ଘଣ୍ଟାରେ ରୋଗୀକୁ ନାକ ସଫା କରିବା ପାଇଁ ପଡ଼ିଥାଏ। ଏପରି କରିବା ଦ୍ୱାରା ସାଇନସ୍‌ ଯନ୍ତ୍ରଣା ଲାଘବ ହୋଇଥାଏ। ତେବେ ଏହା ବ୍ୟତୀତ କିଛି ଘରୋଇ ଉପାୟରେ ମଧ୍ୟ ଆପଣ ସାଇନସ୍‌ର ଯନ୍ତ୍ରଣାରୁ ରକ୍ଷା ପାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାରଗୁଡ଼ିକ ସଂପର୍କରେ।

୧. ଲୁଣ ଓ ବେକିଂ ସୋଢ଼ାକୁ ପାଣିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଆଘ୍ରାଣ କରନ୍ତୁ। ଦିନକୁ ଏପରି ଦୁଇରୁ ତିନିଥର କରନ୍ତୁ। ଦେଖିବେ ଆପଣ ସାଇନସ୍‌ର ଯନ୍ତ୍ରଣାରୁ ଆରାମ ପାଇପାରିବେ।

୨. ପାଣିକୁ ଫୁଟାଇ ଏହାକୁ ଏକ ବଡ଼ ପାତ୍ରରେ ରଖନ୍ତୁ। ମୁହଁରେ ଟାୱେଲ୍ ପକାଇ ଗରମ ପାଣିର ବାମ୍ଫକୁ ନିଃଣ୍ୱାସରେ ନିଅନ୍ତୁ।

୩. ସାଇନସ୍‌ର ଯନ୍ତ୍ରଣା ଯୋଗୁ ଯଦି ଆପଣଙ୍କ ନାକ ବନ୍ଦ ହୋଇଯାଉଛି, ତେବେ ଗରମ ଚାହା କିମ୍ୱା କଫି ପିଅନ୍ତୁ। ସଙ୍ଗେ ସଙ୍ଗେ ଆପଣଙ୍କୁ ଆରାମ ମିଳିବ।

୪. ଗରମ ପାଣିରେ କପଡ଼ା ବୁଡ଼ାଇ ଏହାକୁ ଚିପୁଡ଼ି ଦିଅନ୍ତୁ ଓ ନାକ ପାଖରେ ରଖନ୍ତୁ। ଏହାଦ୍ୱାରା ନାକରେ ଯନ୍ତ୍ରଣା କମ୍‌ ହୋଇଥାଏ।

୫. ଆବଶ୍ୟକ ମାତ୍ରାରେ ଶୋଇବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ସାଇନସ୍‌ ଶୀଘ୍ର ଠିକ୍‌ ହୋଇଥାଏ।

୬. ଗରମ ପାଣିରେ ଅଳ୍ପ କିଛି ବୁନ୍ଦା ପୁଦିନା ତେଲ ପକାଇ ଏହାକୁ ଆଘ୍ରାଣ କରନ୍ତୁ। ଦେଖିବେ ସାଇନସ୍‌ ଯନ୍ତ୍ରଣାରୁ ଆରାମ ପାଇବେ।



from Odisha Reporter https://ift.tt/2AtziZq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages