ମୁମ୍ବାଇ: ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ଅନ୍ୟତମ ହିଟ୍ ଫିଲ୍ମ ‘ସଡ଼କ୍’ର ସ୍ୱିକେଲ୍ ନିର୍ମାଣ କରୁଛନ୍ତି। ଏହା ସହିତ ସେ ଦୀର୍ଘ ୨୦ ବର୍ଷ ପରେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ଏହାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତୀବ୍ର ବେଗରେ ଖବର ପ୍ରଚାରିତ ହୋଇଥିଲା। ଅବଶ୍ୟ ଏହା କେବଳ ଗୁଜବ ବୋଲି ପୂଜା ଭଟ୍ଟ ସ୍ପଷ୍ଟ କରିବା ସହିତ ତାଙ୍କ ବାପା ସୁସ୍ଥ ଅଛନ୍ତି ବୋଲି କହିଥିଲେ। ତା’ସହିତ ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ମହେଶ ଭଟ୍ଟଙ୍କର ଦୁଇଟି ଫଟୋ ପୋଷ୍ଟ୍ କରିଥିଲେ।
To the rumour mongers and the ones who called in a genuine state of panic upon hearing that my father @MaheshNBhatt had a heart attack and is dead,here is ample proof that he is his usual self,living dangerously and kicking! In red shoes no less! 🙏🙏🙏 pic.twitter.com/iwxtvpfOSO
— Pooja Bhatt (@PoojaB1972) September 6, 2019
ପୂଜା ଫଟୋ ଦୁଇଟି ପୋଷ୍ଟ୍ କରି ଲେଖିଥିଲେ,“ଯେଉଁମାନେ ଗୁଜବ ସୃଷ୍ଟି କରିଥିଲେ ଓ ଯେଉଁମାନେ ସତରେ ମୋ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଚିନ୍ତିତ ହୋଇପଡ଼ିଥିଲେ, ସେମାନଙ୍କ ପାଇଁ ଏହା ପ୍ରଚୁର ପ୍ରମାଣ ଯେ ସେ ପୂର୍ବଭଳି ଅଛନ୍ତି।”
ସୂଚନାଯୋଗ୍ୟ, ଆଲିଆ ଭଟ୍ଟ, ପୂଜା ଭଟ୍ଟ ଓ ମହେଶ ଭଟ୍ଟ ପ୍ରଥମ ଥର ପାଇଁ ‘ସଡ଼କ ୨’ରେ ଏକାଠି କାମ କରିବେ। ପୂଜା ଭଟ୍ଟ ମଧ୍ୟ ଅନେକ ଦିନ ପରେ ଏହି ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ଏଥିରେ ସଞ୍ଜୟ ଦତ୍ତ ବି ଅଛନ୍ତି। ୧୯୯୧ରେ ରିଲିଜ୍ ହୋଇତିବା ‘ସଡ଼କ୍’ରେ ପୂଜା ଓ ସଞ୍ଜୟ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେଇଥିଲେ। ‘ସଡ଼କ୍ ୨’ର ନିର୍ଦ୍ଦେଶନା ବି ସେ ଦେଉଛନ୍ତି।
from Odisha Reporter https://ift.tt/2zXri2n
No comments:
Post a Comment