ହେମନ୍ତଙ୍କୁ ଟାଣିନେଲା କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ହେମନ୍ତଙ୍କୁ ଟାଣିନେଲା କୁମ୍ଭୀର

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ନେଢ଼ୁଆଳି ଗାଁର ଜଣେ ଯୁବକଙ୍କୁ ବୈତରଣୀ ନଦୀରେ କୁମ୍ଭୀର ଟାଣି ନେଇଛି। ଧାନ ରୋଇବା ପରେ ନଦୀକୁ ଧୋଇ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ପରିବାର ଲୋକେ କହିଛନ୍ତି। ମୃତ ଯୁବକଙ୍କ ନାଁ ହେମନ୍ତ ମାଝୀ। ତାଙ୍କ ଘର ନେଢ଼ୁଆଳି ଗାଁରେ।

ଗତକାଲି ସକାଳେ ହେମନ୍ତ ନଦୀ ପାଖ ବିଲକୁ ଧାନ ରୋଇବା ପାଇଁ ଯାଇଥିଲେ। ହେଲେ ବିଳମ୍ୱ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କ ସନ୍ଧାନ ପାଇପାରି ନ ଥିଲେ।

ଘଟଣା ସମ୍ପର୍କରେ ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ବୈତରଣୀ ନଦୀରେ କୁମ୍ଭୀର ଥିବା ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ପରେ ସେମାନେ ଡଙ୍ଗା ନେଇ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଘଳିଆ ମୁହଁରେ ହେମନ୍ତଙ୍କ ମୁଣ୍ଡ ପଡ଼ିଥିବା ଦେଖିବାକୁ ସେମାନେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡକୁ ଛାଡିଦେଲେ ଆଉ ସବୁ ଅଂଶକୁ କୁମ୍ଭୀର ଖାଇଦେଇଥିବା ଜଣାଯାଇଛି।

ପୁଲିସ୍‌ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ହେମନ୍ତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗାଁଲୋକେ ନିବେଦନ କରିଛନ୍ତି।



from Odisha Reporter https://ift.tt/34oGFz3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages