ବିପଦ ସଙ୍କେତ ଟପିଲା ଜଳକା ନଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ବିପଦ ସଙ୍କେତ ଟପିଲା ଜଳକା ନଦୀ

ଜଳେଶ୍ୱର(ଅଜିତ ଦାସ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍‌ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି। ହେଲେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୫ ମିଟରରେ ପ୍ରବାହିତ ହେଉଛି। ଘଣ୍ଟା ପ୍ରତି ୦.୦୫ ମିଟର ଜଳସ୍ତର ବଢୁଥିବା ସୂଚନା ମିଳିଛି।

ଜଳକା ନଦୀର ଉପର ମୁଣ୍ତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢିବାରେ ଲାଗିଛି। ଏଭଳି ଭାବେ ଲଗାଣ ବର୍ଷା ଜାରି ରହିଲେ ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି। ଏବେ  କିଛି ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଷ ଜମି ସବୁ ସମ୍ପୂର୍ଣ୍ଣ ଜଳମଗ୍ନ ହେବାରେ ଲାଗିଛି। ବନ୍ୟା ଆସିଲେ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ଏବଂ ସଦର ବ୍ଲକର ଦୁଇଟି ପଞ୍ଚାୟତ ରସସଲପୁର ଓ ଶ୍ରୀରାମପୁର ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ରହିଛି।

ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶିବା ଦ୍ୱାରା ଧାନ ଗଛ ସବୁ ପଚି ମରି ଯିବାର ଆଶଙ୍କା ରହିଛି। ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧିକୁ ନେଇ ନଦୀ ପାର୍ଶ୍ୱବର୍ତ୍ତୀ ପଞ୍ଚାୟତ ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।



from Odisha Reporter https://ift.tt/2lhS7uC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages