ମନି ପ୍ଲାଣ୍ଟ୍ ଠିକ୍ ଦିଗରେ ନ ରହିଲେ କ୍ଷତି ଘଟାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ମନି ପ୍ଲାଣ୍ଟ୍ ଠିକ୍ ଦିଗରେ ନ ରହିଲେ କ୍ଷତି ଘଟାଏ

‍‍ଭୁବନେଶ୍ୱର: କୁହାଯାଏ, ଘରେ ବାସ୍ତୁଦୋଷ ରହିଲେ ଯେତେ ରୋଜଗାର କଲେ ବି ଅଣ୍ଟେ ନାହିଁ। ତେଣୁ ବାସ୍ତୁଦୋଷ ଦୂର କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ସେହିପରି ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି ବଜାୟ ରହିଥାଏ। ସେଥିରୁ ଗୋଟିଏ ହେଉଛି ମନି ପ୍ଲାଣ୍ଟ୍‌। ଆଜିକାଲି ପ୍ରାୟ ପ୍ରତ୍ୟେକଙ୍କ ଘରେ ମନି ପ୍ଲାଣ୍ଟ୍‌ ଦେଖିବାକୁ ମିଳେ। ସମସ୍ତେ ଯେ ଧନବୃଦ୍ଧି ପାଇଁ ଏହାକୁ ରଖିଥା’ନ୍ତି, ସେୟା ନୁହେଁ। ଅନେକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାକୁ ଘରେ ରଖିଥା’ନ୍ତି। ତେବେ ଯିଏ ଯେଉଁଥି ପାଇଁ ଘରେ ମନି ପ୍ଲାଣ୍ଟ୍‌ ରଖିଥା’ନ୍ତୁ ନା କାହିଁକି, ଯଦି ଏହାକୁ ଠିକଣା ସ୍ଥାନରେ ରଖି ନଥିବେ, ତା’ହେଲେ ଏହା ସମସ୍ୟା ସୃଷ୍ଟି କରିପାରେ। ତା’ହେଲେ ଆସନ୍ତୁ ଜାଣିବା ମନି ପ୍ଲାଣ୍ଟକୁ କେଉଁ ଦିଗରେ ରଖିଲେ ଭଲ ଓ କେଉଁ ଦିଗରେ ଏହାକୁ ରଖିବା ଉଚିତ୍ ନୁହେଁ। ତା’ସହିତ ଏହାକୁ ନେଇ ଆଉ କିଛି କଥା ମଧ୍ୟ ଜାଣିନିଅନ୍ତୁ।

  • ମନି ପ୍ଲାଣ୍ଟକୁ ଘରେ ବାହାରେ ଲଗାନ୍ତୁ ନାହିଁ। ଏହାକୁ ଘର ଭିତରେ ଲଗାନ୍ତୁ। ଏହାକୁ ଲଗାଇବାକୁ ମାଟି ଅବା ସିମେଣ୍ଟ କୁଣ୍ଡର ବି ଆବଶ୍ୟକତା ନାହିଁ। କାଚ ବୋତଲରେ ପାଣି ଭର୍ତ୍ତି କରି ଆପଣ ଏହାକୁ ରଖିପାରିବେ।
  • ଘରେ କେବେ ବି ଉତ୍ତର-ପୂର୍ବ ଦିଗରେ ମନି ପ୍ଲାଣ୍ଟ ରଖନ୍ତୁ ନାହିଁ। ଏହାଦ୍ୱାରା ଘର ଲୋକଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼େ।
  • ପୂର୍ବ-ପଶ୍ଚିମ ଦିଗରେ ବି ମନି ପ୍ଲାଣ୍ଟକୁ ରଖନ୍ତୁ ନାହିଁ। ଏହା ଦାମ୍ପତ୍ତ୍ୟ ଜୀବନକୁ ପ୍ରଭାବିତ କରେ।
  • ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ଏହି ଦିଗରେ ଏ ଗଛକୁ ରଖିଲେ ଘରେ ସୁଖସମୃଦ୍ଧି ବଢ଼େ।
  • ମନି ପ୍ଲାଣ୍ଟର କୌଣସି ପତ୍ର ସାମାନ୍ୟ ଶୁଖିଗଲେ, ତାକୁ ଆଉ ରଖନ୍ତୁ ନାହିଁ। ସେହି ପତ୍ରଟିକୁ ଛିଣ୍ଡାଇ ଦିଅନ୍ତୁ।
  • ମନି ପ୍ଲାଣ୍ଟ୍ ଆଖପାଖ ସ୍ଥାନକୁ ସବୁବେଳେ ସଫା ରଖନ୍ତୁ। ସେହିପରି ଖରା ପଡ଼ୁଥିବା ସ୍ଥାନରେ ଏହାକୁ ରଖନ୍ତୁ ନାହିଁ।


from Odisha Reporter https://ift.tt/2nhNJfz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages