ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୧ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୧ ଲକ୍ଷ ଟଙ୍କା

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ବର୍ଷ ପରେ ଦିଲ୍ଲୀ ଏମ୍‌ସରୁ ବାହୁଡ଼ି ଜଗା-କାଳିଆ ଗତକାଲି ଓଡ଼ିଶାରେ ପହଞ୍ଚିଛନ୍ତି। ଉଭୟଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ରଖାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଗତକାଲି ଜଗା-କାଳିଆ ରହୁଥିବା ସ୍ୱତନ୍ତ୍ର ୱାର୍ଡ ବୁଲି ଦେଖିଥିଲେ।

ଏହାପରେ କଟକ ଏସ୍‌ସିବିରେ ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ,“ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ମୋଟ ୧ କୋଟି ଟଙ୍କା ଦେଇଥିଲେ। ସେଥିରୁ ୨୧.୮୩ ଲକ୍ଷ ଖର୍ଚ୍ଚ ହୋଇଛି। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ତାକୁ ସ୍କୁଲରେ ଆଡମିଶନ ଯୋଜନା କରାଯାଉଛି।”

ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ, କାଳିଆର ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। କାଜୁଆଲ୍ଟି ବିଲ୍ଡିଂର ପ୍ରଥମ ମହଲାରେ ଥିବା ଆଇସିସିୟୁରେ ସେମାନଙ୍କୁ ରଖାଯିବା ସହ ୨୪ ଘଣ୍ଟିଆ ତତ୍ତ୍ୱାବଧାନ ପାଇଁ ସ୍ୱତନ୍ତ୍ର ନର୍ସ ଓ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି।  ଯେଉଁଥିରେ ନ୍ୟୁରୋଲଜି, ପେଡିଆଟ୍ରିକ୍, ପଲ୍‌ମୋନାରି, ଫିଜିଓ ଥେରାପି ଭଳି ବହୁ ବିଶେଷଜ୍ଞ ରହିଛନ୍ତି।

ସେମାନଙ୍କ ଚିକିତ୍ସା ସହିତ ଖାଦ୍ୟ, ପାନୀୟ ଓ ଶାରୀରିକକ ବ୍ୟାୟାମ ଆଦି କିପରି କରାଯିବ ସେ ସମ୍ପର୍କରେ ଦିଲ୍ଲୀ ଏମ୍‌ସରୁ ଆସିଥିବା ଡାକ୍ତରୀ ଟିମ୍ ସହ ଏସ୍‌ସିବିର ଡାକ୍ତରମାନେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ।



from Odisha Reporter https://ift.tt/2ZJr2n1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages