ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍ ଆଇନ୍ ଆଳରେ ପୁଲିସ୍ ନିରୀହ ଲୋକଙ୍କଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି। ଫଳରେ ଗାଡ଼ି ଧରି ରାସ୍ତାକୁ ଓହ୍ଲାଇବାକୁ ଡରୁଛନ୍ତି ଲୋକେ। ହେଲେ ପୁଲିସ୍ ସରକାରୀ ଗାଡ଼ି ପ୍ରତି କୋହଳ ମନୋଭାବ ପୋଷଣ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ସାଧାରଣ ଲୋକେ।
ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି କାଲି ଅପରାହ୍ନରେ ରାଜମହଲ ଛକରେ ପୁଲିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୋଲିସ୍-ପବ୍ଲିକ୍ । ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ପୁଲିସ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହାପରେ ଚେତିଛି ପୁଲିସ୍।
ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ୱେବସାଇଟ୍ରେ ଅପଲୋଡ଼ ହେବ ପୁଲିସ୍ ଗାଡ଼ି ଡକ୍ୟୁମେଣ୍ଟ। ଆଜି ସବୁ ପୁଲିସ୍ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଏହି ୱେବସାଇଟ୍କୁ ଯାଇ ଦେଖିପାରିବେ । ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
from Odisha Reporter https://ift.tt/2ZKmLQb
No comments:
Post a Comment