ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପୋଇପତ୍ର, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆ ପତ୍ର, କଞ୍ଚା ଲଙ୍କା, ଜୀରା, ଧନିଆ, ଡାଲଚିନି, ଗୁଜରାତି, ନଡ଼ିଆ ରସ, ଛୋଟ ଛୋଟ କଟା ନଡ଼ିଆ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆପତ୍ର, ଲଙ୍କା, ଜୀରା, ଧନିଆ, ଡାଲଚିନି ଓ ଗୁଜରାତିକୁ ବାଟି ଦିଅନ୍ତୁ। ବର୍ତ୍ତମାନ ଏକ ମାଟି ପଲମରେ ତେଲ ଗରମ କରି କଟା ପୋଇ ପତ୍ରକୁ ଅଳ୍ପ ଭାଜି ଦିଅନ୍ତୁ। ସେଗୁଡ଼ିକୁ କାଢ଼ି ଦେଇ ସେହି ପଲମରେ ପୁଣି ଥରେ ତେଲ ଗରମ କରି ପ୍ରସ୍ତୁତ କରିଥିବା ବଟା ମସଲାକୁ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ଅଳ୍ପ ଲୁଣ ଓ ଚିଙ୍ଗୁଡ଼ି ପକେଇ ଭଲ ଭାବେ ଗୋଳେଇ ଘୋଡ଼ଣୀ ଦେଇ ଦିଅନ୍ତୁ।
ଦୁଇ ତିନି ମିନିଟ୍ ପରେ ଘୋଡ଼ଣୀ କାଢ଼ି ଭଜା ପୋଇପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଛୋଟ ଛୋଟ କରି କଟା ଯାଇଥିବା ନଡ଼ିଆ, ନଡ଼ିଆ ରସ, ସ୍ୱାଦ ଅନୁସାରେ ଲୁଣ ଓ କଟା କଞ୍ଚା ଲଙ୍କା ପକେଇ ଘୋଡ଼ାଇ ଦିଅନ୍ତୁ। ତିନି ଚାରି ମିନିଟ୍ ପରେ ଘୋଡ଼ଣୀ ବାହାର କରି ସେଥିରେ ଗରମ ମସଲା ପକାନ୍ତୁ ଓ ପଲମକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ପୋଇପତ୍ର ଚିଙ୍ଗୁଡ଼ି ରସା’। ଏବେ ଏହାକୁ ଗରମ ଗରମ ଭାତ କିମ୍ବା ରୁଟି ସହ ପରଷନ୍ତୁ।
from Odisha Reporter https://ift.tt/350QiUL
No comments:
Post a Comment