ନିହାରୀକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

ନିହାରୀକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା

ଜଗତସିଂହପୁର/କଟକ(ଓଡ଼ିଶା ରିପୋର୍ଟର): ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତ ରାଜାକୁ ପୁଲିସ୍‌ ଜେଲ୍‌କୁ ପଠାଇଛି। ଗତକାଲି ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଆଳି ପିଙ୍ଗଳ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଡାକ୍ତରଖାନାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ରାଜା ଗିରଫ ହେବା ପରେ  ନିହାରୀକା ହତ୍ୟା ମାମଲା ଉପରୁ ଜଗତସିଂହପୁର ପୁଲିସ୍ ପରଦା ଉଠାଇଥିଲା। ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ସୂଚନା ଦେଇ କହିଥିଲେ,“ ରାଜା ବେକାର ଥିଲା। କୌଣସି କାମ ଧନ୍ଦା ନଥିବାରୁ ନିହାରୀକାଙ୍କ ସହ ଏନେଇ ଝଗଡ଼ା ହୋଇଥିଲା। ଏହାପରେ ଅଭିଯୁକ୍ତ ରାଜା ନିହାରୀକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। କଟକ ଚାଉଳିଆଗଞ୍ଜ ସ୍ଥିତ ସାଙ୍ଗ ଘରେ ହିଁ ହତ୍ୟାକାଣ୍ଡ ଘଟିଥଲା। ରାଜା ମୃତଦେହକୁ ଅଖାରେ ଭର୍ତ୍ତି କରି ନିଜ ବାଇକ ପଛରେ ଲଦି ବିଲୁଆଖାଇ ନଦୀ ପଠାରେ ଫୋପାଡ଼ି ଦେଇ ଥିଲା। ହତ୍ୟା ନେଇ ରାଜା ବିରୋଧରେ ପ୍ରମାଣ ରହିଛି। ସିସିଟିଭି ଭିଜୁଆଲ୍, ଫୋନ୍‌ କଲ, ଫୋରେନସିକ୍ ଯାଞ୍ଚ ଓ ଅଭିଯୁକ୍ତର ସ୍ୱୀକାରୋକ୍ତିରୁ ରାଜା ହିଁ ହତ୍ୟାକାରୀ।”

ସୂଚନାଯୋଗ୍ୟ, ନିହାରୀକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ୯ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ୧୭ ତାରିଖରେ ବିଲୁଆ ଖାଇ ନଦୀରୁ ତାଙ୍କ ଗଳିତ ମୃତଦେହ ବିରିଡ଼ି ଥାନା ପୁଲିସ ଜବତ କରିଥିଲା। ତା’ପରଠାରୁ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିଲା।



from Odisha Reporter https://ift.tt/2NuWxdR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages