ପିଆଜ ରପ୍ତାନୀ ଉପରେ ଅଙ୍କୁଶ ଲଗାଇଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ପିଆଜ ରପ୍ତାନୀ ଉପରେ ଅଙ୍କୁଶ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପିଆଜ ଦାମ୍ ନେଇ ଅଦିନରେ କାର୍ତ୍ତିକ ମାସ ପରିଲିକ୍ଷିତ ହୋଇଛି। ପିଆଜ ଦର କିଲୋ ପିଛା ୭୦ ପାର ହେବା ପରେ ଲୋକେ ପିଆଜ ଖାଇବା ଛାଡ଼ି ଦେଇଛନ୍ତି। ଏହା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହେବାରୁ ଦରଦାମରେ ଲଗାମ୍ କଷିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଆଜି ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ନିଷେଧାଶ ଜାରି କରିଛି କେନ୍ଦ୍ର। ୨୦୧୫ ତୁଳନାରେ ଏବେ ଦେଶର ପିଆଜ ଦାମ୍ ଅଧିକ ରହିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ପିଆଜ ଦର ୬୦ ଛୁଇଁଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ ଦାମ ୮୦ ଛୁଇଁଥିଲା। ନିକଟରେ ଲଗାଣ ବର୍ଷା କାରଣରୁ ନୂଆ ପିଆଜ ବଜାରକୁ ଆସିପାରି ନାହିଁ। ବର୍ଷା କାରଣରୁ ଅନେକ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଏହାର ଫାଇଦା ନେଇ ଅନେକ ଅସାଧୁ ବ୍ୟବସାୟୀ କଳାବଜାରୀ ଆରମ୍ଭ କରିଥିଲେ ବୋଲି ଦେଖିବାକୁ ମିଳିଥିଲା। ଏମିତିକି ପିଆଜ ମଣ୍ଡିରେ ମଧ୍ୟ ବେଆଇନ ଭାବରେ ବ୍ୟବସାୟୀ ଅଧିକ ପିଆଜ ମହଜୁତ ରଖୁଥିବା ଦେଖିବାକୁ ମିଳିଥିଲା।

ଏମିତିକି ମଣ୍ଡିଗୁଡ଼ିକରେ ପିଆଜ ମହଜୁଦ୍ ବାବଦରେ ସରକାର ସୀମା ନିର୍ଦ୍ଧାରଣ କରିଥିବା ସୂଚନା ରହିଛି। ପିଆଜ ଚାଷରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟ ପ୍ରଦେଶରେ ନିକଟରେ ଲଗାଣ ବର୍ଷା ହୋଇଛି। ଏବେ ଯେଉଁ ପିଆଜ ବିକ୍ରି ହେଉଛି ତାହା ମଣ୍ଡିରେ ମହଜୁଦ ଥିବା ପିଆଜ। ଖରିଫ ଋତୁରେ ହୋଇଥିବା ପିଆଜ ଚାଷ ନଭେମ୍ୱରରେ ବଜାରକୁ ଆସିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2mN8i3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages