ବେଜିଂ: ଚୀନ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ବସ୍ ଏକ ଟ୍ରକ୍ରେ ପିଟି ହେବାରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩୬ ଜଣ ଆହତ ହୋଇଛନ୍ତି। ପୂର୍ବ ଚୀନର ଜିଆଂସୁ ପ୍ରଦେଶରେ ଗତକାଲି ସକାଳେ ଏ ଦୁର୍ଘଟଣା ଘଟିଥିବା ନେଇ ଆଜି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ବସ୍ଟିରେ ମୋଟ ୬୯ ଜଣ ଯାତ୍ରୀ ଥିଲେ। ବସ୍ଟି ଚାଂଚୁନ୍-ଶେନ୍ଝେନ୍ ଏକ୍ସପ୍ରେସ୍ୱେରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିଭଳି ୨୬ ଜଣ ସାମାନ୍ୟ ଆହତ ହୋଇଛନ୍ତି।
୮ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ତା’ପରେ ଯାଇ ଚାଂଚୁନ୍-ଶେନ୍ଝେନ୍ ଏକ୍ସପ୍ରେସ୍ୱେରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ଚୀନ୍ରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରି ସାଧାରଣ। ଏକ ଆକଳନ ଅନୁଯାୟୀ, ୨୦୧୫ରେ ଚୀନ୍ରେ ସଡ଼କ ଦୁର୍ଘଟଣାରେ ୫୮,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଯୋଗୁ ସେ ବର୍ଷ ଅଧିକ ଦୁର୍ଘଟଣା ଘଟିଥିଲା।
from Odisha Reporter https://ift.tt/2oixH5N
No comments:
Post a Comment