ଆଜିଠୁ ‘ମୋ ସରକାର’: ମୁଖ୍ୟମନ୍ତ୍ରୀ ନେବେ ଫିଡବ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ଆଜିଠୁ ‘ମୋ ସରକାର’: ମୁଖ୍ୟମନ୍ତ୍ରୀ ନେବେ ଫିଡବ୍ୟାକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ‘ମୋ ସରକାର କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମ ଜରିଆରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ସରକାରୀ ସେବାରେ ଲୋକେ କେତେ ସନ୍ତୁଷ୍ଟ, ଥାନା ବାବୁଙ୍କ ବ୍ୟବହାର, ଡାକ୍ତରଙ୍କ ରୋଗୀ ସେବା, ଏସବୁ ସମ୍ପର୍କରେ ସିଧାସଳଖ ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ।

ଥାନା ସମ୍ପର୍କରେ ଅଭିଯୋଗକାରୀଙ୍କ ମତାମତ ଆଧାରରେ  ଅଧିକାରୀଙ୍କୁ ମିଳିବ ପଦୋନ୍ନତି।  ତେଣୁ କେଉଁ  ଅଭିଯୋଗକାରୀଙ୍କ  ପାଖକୁ ଯିବ ଫୋନ୍‌, କ’ଣ ରହିବ ପ୍ରଶ୍ନ, ଆଉ ସେଥିରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହେବେ କି ନାହିଁ,  ସେ ସବୁକୁ ନେଇ ପୁଲିସ୍‌ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଛନକା ପଶି ଯାଇଛି।

ଏହାପରେ ନିୟମିତ ଭାବେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମତାମତ ସଂଗ୍ରହ କରିବେ।

ପୂର୍ବରୁ ପୁଲିସ ଡିଜି ଓ ପୁଲିସ୍ କମିଶନର ଅଭିଯୋଗକାରୀଙ୍କଠାରୁ ଫିଡ୍‌ବ୍ୟାକ୍ ନେଇ ଏକ ପ୍ରକାର ରିହର୍ସାଲ୍ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଥାନା ଅଧିକାରୀ, ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଭିଡ଼ିଓ କନଫରେନସିଂରେ କଥା ହୋଇ ସାରିଛନ୍ତି।



from Odisha Reporter https://ift.tt/2pc3gPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages