ଭବାନୀପାଟଣା(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଳଖଣ୍ଡି ପଞ୍ଚାୟତର ଲକ୍ଷ୍ମୀପୁର ପଡ଼ାଗାଁରେ ବ୍ୟାପିଛି ଡାଇରିଆ। ଏହି ଗାଁର ୧୫ରୁ ଊର୍ଦ୍ଧ୍ୱ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଖବର ପାଇ କେସିଙ୍ଗାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।
ଆକ୍ରାନ୍ତଙ୍କ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ନିକଟସ୍ଥ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ୫ ଜଣ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରେମଶୀଲା ସାହୁ ନାମ୍ନୀ ବୃଦ୍ଧାଙ୍କର ଗତ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ସେହିପରି ଡାଏମତି ସାହୁ ନାମ୍ନୀ ମହିଳାଙ୍କ ଅବସ୍ଥା ଗୁରୁତର ଅଛି। ଅନ୍ୟମାନଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି। ଗାଁକୁ ରାସ୍ତା ନ ଥିବା ବେଳେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଯାଉଥିବା ଏହି ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଡାଇରିଆ ବ୍ୟାପିବାର କାରଣ ତଦାରଖ କରୁଛନ୍ତି।
from Odisha Reporter https://ift.tt/2ojaYGT
No comments:
Post a Comment