ମଧ୍ୟାହ୍ନ ଭୋଜନରେ ମହାଘୋଟାଲା; ସାମ୍ବାଦିକଙ୍କୁ ଲାଞ୍ଚ ଯାଚିଲେ ପ୍ରଧାନଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ମଧ୍ୟାହ୍ନ ଭୋଜନରେ ମହାଘୋଟାଲା; ସାମ୍ବାଦିକଙ୍କୁ ଲାଞ୍ଚ ଯାଚିଲେ ପ୍ରଧାନଶିକ୍ଷକ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ସ୍କୁଲକୁ ଆସୁଛନ୍ତି କମ୍ ପିଲା। ହେଲେ ପ୍ରତିଦିନ ଉପସ୍ଥାନ ଖାତାକୁ ଶତ ପ୍ରତିଶତ ଦେଖାଇ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ। ଏ ସମ୍ପର୍କୀତ ତଥ୍ୟ ୱେବସାଇଟ୍‌ରେ ମଧ୍ୟ ଅପ୍‌ଲୋଡ କରାଯାଉଛି। କିନ୍ତୁ ବାସ୍ତବତା ଭିନ୍ନ। ପିଲାଙ୍କ ନାଁରେ ଆସୁଥିବା ମଧ୍ୟାହ୍ନ ଭୋଜନ ଅର୍ଥକୁ ଖୁଲମଖୁଲା ଆତ୍ମସାତ କରାଯାଉଛି। ଏହା ଗୋଟିଏ ସ୍କୁଲ ନୁହେଁ, ଏପରି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାୟତଃ ବହୁ ସ୍କୁଲରେ ଚାଲିଛି ବାଟମାରଣା।

ଆଉ ଏହି ଘୋଟାଲା ଜଣା ପଡ଼ିବା ପରେ ଜଣେ ସ୍କୁଲ ପ୍ରଧାନଶିକ୍ଷକ ହଡ଼ବଡ଼େଇ ଯାଇ ସାମ୍ବାଦିକଙ୍କୁ ଲାଞ୍ଚ ଯାଚୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଛି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଦୋଷିଆ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଲୁଟ୍‌ ହେଉଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଏହି ଖବରର ସତ୍ୟାସତ୍ୟ ଜାଣିବା ଲାଗି ଓଟିଭି ସାମ୍ବାଦିକ ପ୍ରଥମେ ପହଞ୍ଚିଥିଲେ ଉକ୍ତ ବିଦ୍ୟାଳୟରେ। ଉକ୍ତ ଦିନ ଏହି ସ୍କୁଲରେ ୧୭୦ ପିଲାଙ୍କ ଲାଗି ମଧ୍ୟାହ୍ନ ଭୋଜନ ହେଉଥିବା ନେଇ ସରକାରୀ ୱେବସାଇଟରେ ସୂଚନା ଦିଆଯାଇଥିଲା। କିନ୍ତୁ ପ୍ରକୃତରେ ଉକ୍ତ ସଂଖ୍ୟାଠୁ ବହୁ କମ୍‌ ସଂଖ୍ୟକ ପିଲା ସେ ଦିନ ସ୍କୁଲ୍‌ରେ ଉପସ୍ଥିତ ଥିଲେ। ତେଣୁ ଦୋଷ ଲୁଚାଇବା ପାଇଁ  ଆଉ କିଛି ବାଟ ନ ପାଇ ସାମ୍ବାଦିକଙ୍କୁ ଲାଞ୍ଚ ଦେବାକୁ ଉଦ୍ୟତ ହେଲେ ପ୍ରଧାନଶିକ୍ଷକ। ଆଉ କହିଲେ, କଲେକ୍ଟର ଜାଣିଲେ ସସ୍‌ପେଣ୍ଡ କରିଦେବେ ।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍‌ ଜିଗରଣ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ସେପ୍ଟେମ୍ବର ୧୮ ତାରିଖ ତଥ୍ୟ ଅନୁଯାୟୀ, ୧୧୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥିଲା। ହେଲେ ସ୍କୁଲର ଆଟେଣ୍ଡାନ୍ସ ଖାତାରେ ୧୧୩ ପିଲାଙ୍କ ଉପସ୍ଥାନ ରହିଛି। ହେଲେ ଉପସ୍ଥାନ ସଂଖ୍ୟାଠାରୁ ପ୍ରକୃତରେ ଆହୁରି କମ ପିଲା ଆସିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଇନଚାର୍ଜ ପ୍ରଧାନ ଶିକ୍ଷକ କୁଳମଣୀ ନାୟକଙ୍କୁ ପଚାରିବାରୁ କଥାକୁ ଏଡ଼ାଇ ଯାଇଛନ୍ତି। କିନ୍ତୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଉଷାରାଣୀ ରଥଙ୍କୁ ପଚାରିବାରୁ ଉକ୍ତ ଦିନ ୭୨ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିବା କହିଥଲେ। ୧୧୩ ପିଲାଙ୍କ ଉପସ୍ଥାନ ଥିବା ବେଳେ କିପରି ୭୨ ଜଣ ଖାଇଲେ, ତାହା ପଚାରିବାରୁ ଶିକ୍ଷୟିତ୍ରୀଜଣକ ସେ ସମ୍ପର୍କରେ କିଛି ଜାଣି  ନଥିବା କହିଛନ୍ତି। ବର୍ଷ ବର୍ଷ ଧରି ଏପରି ଭାବେ ସରକାରୀ ଅର୍ଥ ହରିଲୁଟ୍‌ ହେଉଥିବା ବେଳେ ଏଥିପ୍ରତି କାହାରି ନଜର ନାହିଁ।

ସେହିପରି ଅଢ଼ାଖଣ୍ଡ ମଠସାହି ସ୍କୁଲରେ ବି ସମାନ ଅବସ୍ଥା। ସ୍କୁଲରେ ୨୦୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇଥିବା ୱେବସାଇଟ୍‌ରେ ତଥ୍ୟ ରହିଛି। ହେଲେ ପ୍ରକୃତରେ ସେଦିନ ଏହି ସ୍କୁଲରେ ୧୩୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଅଭିଯୋଗ ହୋଇଛି। ଏମିତି ହେଉଥିବା ନେଇ ଅଭିଭାବକ କମିଟିର ସଭାନେତ୍ରୀ ଦମୟନ୍ତୀ ଗିରି ପରୋକ୍ଷରେ ସ୍ୱୀକାର କରିଛନ୍ତି। ଏହା ଏକ ବଡ଼ ସ୍କୁଲ ହୋଇଥିବା ବେଳେ ସବୁ ଖର୍ଚ୍ଚ ସରକାର ସମ୍ଭାଳୁ ନାହାନ୍ତି। ଏଥିଲାଗି କିଛି ଏପଟସେପଟ କରି ଅର୍ଥ ଯୋଗାଡ଼ କରାଯାଉଥିବା ସେ ସ୍ୱୀକାର କରିଛନ୍ତି।

ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାର ଭମରବର ବିଶ୍ୱାଳ କହିଛନ୍ତି, ବିଭିନ୍ନ ସମୟରେ ତଦାରଖ ହେଉଥିବା ବେଳେ ଏପରି ଘଟଣା ନଜରକୁ ଆସିନି। ପ୍ରକୃତରେ ଏପରି ହେଉଥିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।



from Odisha Reporter https://ift.tt/2njQbmf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages