ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ

କୋଲକାତା: ସାରଦା ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି କ୍ୟାଲକାଟା ହାଇକୋର୍ଟ ରାଜୀବଙ୍କୁ ଆଗୁଆ ଜାମିନ୍‌ ପ୍ରଦାନ କରିଛନ୍ତି। ଅର୍ଥାତ ସିବିଆଇ ଏବେ ତାଙ୍କୁ ସାରଦା ଚିଟ୍‌ଫଣ୍ଡ ମାମଲାରେ ଗିରଫ କରିପାରିବ ନାହିଁ।

କୋର୍ଟ ରାଜୀବ ଆଗୁଆ ଜାମିନ୍‌ ଆବେଦନର ଶୁଣାଣି କରି କହିଛନ୍ତି ଯେ “ଏହି ମାମଲାରେ ହେପାଜତକୁ ନେଇ ଜେରା କରିବାର କୌଣସି ଆବଶ୍ୟକତା ନାହିଁ। ସେହିପରି ରାଜୀବ କୁମାରଙ୍କୁ ଜେରା କରିବାର ୪୮ ଘଣ୍ଟା ପୂର୍ବରୁ ହିଁ ହାଜର ହେବାକୁ ନୋଟିସ୍‌ କରିବ। ଯଦି ସିବିଆଇ ତାଙ୍କୁ ଗିରଫ କରିବ, ତା’ହେଲେ କୋର୍ଟ ତାଙ୍କୁ ତୁରନ୍ତ ଜାମିନ୍‌ ପ୍ରଦାନ କରିବ। ଏଥିପାଇଁ ରାଜୀବଙ୍କୁ ୫୦ ହଜାର ଟଙ୍କାର ସ୍ୟୁରିଟି ଦାଖଲ କରିବାକୁ ପଡ଼ିବ।”

ତେବେ ରାଜୀବ କୁମାର କୋଲକାତା ବାହାରକୁ ଯିବେ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦେଶ କୋର୍ଟ ଦେଇ ନାହାନ୍ତି।

୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରାଜୀବ କୁମାର ସାରଦା ଚିଟ୍‌ଫଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ଘଟଣାର ଅଭିଯୁକ୍ତ ମାନଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ସିବିଆଇ ତାଙ୍କୁ ଏଥିପାଇଁ ଜେରା କରିବାକୁ ଚାହୁଁଛି। ସିବିଆଇ ତାଙ୍କୁ ବାରମ୍ବାର ହାଜର ପାଇଁ ନୋଟିସ୍‌ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ। ରାଜୀବଙ୍କ ଅସହଯୋଗକୁ ସିବିଆଇ ତାଙ୍କୁ ହେପାଜତକୁ ନେଇ ଜେରା କରିବାକୁ ଚାହିଁଥିଲା। ହେଲେ ଏବେ କ୍ୟାଲକାଟା ହାଇକୋର୍ଟ ରାଜୀବଙ୍କୁ ଆଗୁଆ ଜାମିନ ଦେଇଛନ୍ତି।



from Odisha Reporter https://ift.tt/2njK29F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages