ଦୀପାବଳିରେ ଏହି ୫ଟି ଉପାୟ କରି ମା’ ଲଷ୍ମୀଙ୍କୁ କରନ୍ତୁ ପ୍ରସନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଦୀପାବଳିରେ ଏହି ୫ଟି ଉପାୟ କରି ମା’ ଲଷ୍ମୀଙ୍କୁ କରନ୍ତୁ ପ୍ରସନ୍ନ

ଓଡ଼ିଶାରିପୋର୍ଟର(ଭୁବନେଶ୍ୱର): ଆସୁଛି ଆଲୋକର ପର୍ବ ଦୀପାବଳି। ଭାରତର ପ୍ରାୟ ପ୍ରତି କୋଣରେ ଏହି ଉତ୍ସବ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ଅକ୍ଟୋବର ୨୭ ତାରିଖରେ ପାଳନ କରାଯିବ। ଦୀପାବଳିରେ ମା’ କାଳୀଙ୍କ ପୂଜା ସହ ମା’ ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଏ। କୁହାଯାଏ, ଏହି ପୂଜାରେ ପ୍ରସନ୍ନ ହୋଇ ମା’ ଲକ୍ଷ୍ମୀ ଯଦି ଆପଣଙ୍କ ଗୃହକୁ ପ୍ରବେଶ କରନ୍ତି, ତା’ହେଲେ ଆପଣଙ୍କ ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ।  ତେବେ ଏଥିପାଇଁ ଆପଣଙ୍କୁ ପୂଜା ପୂର୍ବରୁ କିଛି ଉପାୟ ଆପଣାଇବାକୁ ପଡ଼ିବ। ଆସନ୍ତୁ ଜାଣିବା, ସେହି ଉପାୟଗୁଡ଼ିକ କ’ଣ?

୧) ଦୀପାବଳିରେ ଅଶ୍ୱତ୍ଥ ଗଛରୁ ଏକ ପତ୍ରକୁ ଛିଡ଼ାଇ ଆଣି ଭଲ ଭାବରେ ଧୋଇ ଏଥିରେ ସିନ୍ଦୁରରେ କିମ୍ବା ଲାଲ୍‌ ରଙ୍ଗରେ ‘ଓଁ ମହାଲକ୍ଷ୍ମୈ ନମଃ’ ଲେଖି ପୂଜା ସ୍ଥାନରେ ରଖନ୍ତୁ।

୨) ଦୀପାବଳି ସନ୍ଧାରେ ଲକ୍ଷ୍ମୀଙ୍କ ପୂଜା ହେବା ପୂର୍ବରୁ ଲବଙ୍ଗ ଓ ଗୁଜୁରାତିର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସମସ୍ତ ଦେବାଦେବୀଙ୍କୁ ଏହି ମିଶ୍ରଣକୁ ଟିକା ଭାବେ ଲଗାନ୍ତୁ। ଆପଣଙ୍କୁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ।

୩) ଏହି ଦିନ କିନ୍ନରମାନଙ୍କୁ ମିଠା ଓ ଲୁଗାପଟା ଦାନ କରନ୍ତୁ। ଏହା ବଦଳରେ ତାଙ୍କଠୁ ୧ ଟଙ୍କିଆ କଏନ୍‌ ଆଣି ନିଜ ଆଲମାରୀରେ ରଖନ୍ତୁ।  ଏହା ଦ୍ୱାରା ଆପଣଙ୍କ ଘରୁ ଅର୍ଥ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଘରେ ସବୁବେଳେ ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ରହିବ।

୪) ଚଳିତ ବର୍ଷ ରବିବାର ଦିନ ଦୀପାବଳି ପର୍ବ ପଡ଼ୁଛି। ତେଣୁ ଏହିଦିନ ଗରିବ ଲୋକଙ୍କୁ ଧଳା ରଙ୍ଗର ଜିନିଷ ପ୍ରଦାନ କରିବା ଉଚିତ୍। ଏମିତି କଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।

୫) ଦୀପାବଳିରେ ଏକ ବରଗଛ ପତ୍ରକୁ ଆଣି ଭଳଭାବେ ଧୋଇ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ। ଏହାକୁ ମା’ ଲକ୍ଷ୍ମୀଙ୍କ ନିକଟରେ ପୂଜା କରି ଘରର ଆଲମାରୀରେ ରଖନ୍ତୁ। ତା’ହେଲେ ଘରେ କେବେ ହେଲେ ଅର୍ଥର ଅଭାବ ଦେଖାଦେବ ନାହିଁ।

 



from Odisha Reporter https://ift.tt/32ygwfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages