ଦେଶର ୪୨୯ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଦେଶର ୪୨୯ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

ନୂଆଦିଲ୍ଲୀ: ଆଜି ଦେଶରେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା ଆସନର ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି।

ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ୯୬,୬୬୧ ପୋଲିଂ ବୁଥ୍‌ରେ ଭୋଟିଂ ଚାଲିଛି। ୨୩୫ ମହିଳାଙ୍କ ସମେତ ପ୍ରାୟ ୩,୨୩୭ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଉଛନ୍ତି ମହାରାଷ୍ଟ୍ରର ଭୋଟର। ସେହିଭଳି ହରିଆଣାରେ ୮୫ ଲକ୍ଷ ମହିଳା ଏବଂ ୨୫୨ ତୃତୀୟ ଲିଙ୍ଗଙ୍କ ସମେତ ୧.୮୩ କୋଟି ଭୋଟର ୧୯,୫୭୮ ପୋଲିଂ ବୁଥ୍‌ରେ ଭୋଟ୍‌ ଦେଉଛନ୍ତି। ସକାଳ ୭ରୁ ଆରମ୍ଭ ହୋଇଥିବା ଭୋଟ ପ୍ରକ୍ରିୟା ଆଜି ସନ୍ଧ୍ୟା ୬ଟା ଯାଏ ଚାଲିବ। ସବୁ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ପ୍ରକ୍ରିୟା ଚାଲିଛି। ଅନେକ ସିନେ ତାରକା ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି। ନାଗପୁରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ପ୍ରମୁଖ ମୋହନ ଭାଗବତ, ନୀତିନ ଗଡ଼କରୀ ମଧ୍ୟ ଭୋଟ ଦେଇଛନ୍ତି। ମହାରାଷ୍ଟ୍ରରେ ସୁରକ୍ଷା ଦାୟିତ୍ୱରେ ୩ ଲକ୍ଷ ଯବାନ ନିୟୋଜିତ ହୋଇଛନ୍ତି।

ହରିଆନାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଉଛନ୍ତି ଭୋଟର। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଭୋଟ ଦେବା ପାଇଁ ଚଣ୍ଡିଗଡରୁ ଟ୍ରେନରେ ଆସି ନିଜ ଗାଁ କରନାଲ ପୁଲିଂ ବୁଥକୁ ସାଇକେଲରେ ଆସିଥିଲେ ଭୋଟ ଦେବା ପାଇଁ। ଏଥିସହ ସମସ୍ତଙ୍କୁ ଭୋଟପର୍ବରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି। ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ୭୫ଟି ଆସନ ହାସଲ କରିବାକୁ ଲକ୍ଷ୍ୟ  ରଖିଛି।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦୁଇ ରାଜ୍ୟର ବିଧାନସଭା ଆସନ ଏବଂ ୧୮ଟି ରାଜ୍ୟରେ ହେଉଥିବା ଉପ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ କରିଛନ୍ତି।



from Odisha Reporter https://ift.tt/2J8QAQ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages