ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ବାପା ଦୁର୍ଗାଦେବୀ ଫାଣ୍ଡିରେ ଦୁଇ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ପୁଲିସ୍ ଏହି ଘଟଣାରେ ହେମନ୍ତ ବିନ୍ଧାଣୀ ନାମକ ଯୁବକକୁ ଅଟକ ରଖିଛି। ଅନ୍ୟ ଜଣେ ଯୁବକ ବବୁଲ ବାରିକ୍ ଫେରାର ହୋଇଯାଇଛି। ହେମନ୍ତ ନାବାଳିକାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ନାବାଳିକା ଜଣଙ୍କ ଦୁର୍ଗାଦେବୀଙ୍କ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଘରକୁ ଫେରିଲାବେଳେ ହେମନ୍ତ ଓ ବବୁଲ ତାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାର ଡାକ୍ତରୀମାଇନା କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଛି ଓ ବବୁଲକୁ ଖୋଜୁଛି।
from Odisha Reporter https://ift.tt/2Mljcrr
No comments:
Post a Comment