ଆଜି ବଜାରକୁ ଆସୁଛି ବଜାଜର ଚେତକ ସ୍କୁଟର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ଆଜି ବଜାରକୁ ଆସୁଛି ବଜାଜର ଚେତକ ସ୍କୁଟର!

ନୂଆଦିଲ୍ଲୀ: ଦୁଇ ଚକିଆ ଗାଡ଼ି ନିର୍ମାତା କମ୍ପାନୀ ବଜାଜ ଆଜି ପୁଣିଥରେ ସ୍କୁଟର ବଜାରକୁ ଛାଡ଼ିବ। ଆଧୁନିକ ଜ୍ଞାନକୌଶଳ ଓ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ସ୍କୁଟର ତିଆରି ହୋଇଛି। ଏହା ବଜାଜ କମ୍ପାନୀର ପ୍ରଥମ ଇଲେକ୍ଟ୍ରୋନିକ୍ସ ସ୍କୁଟର। କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଆଜି ଏହି ସ୍କୁଟରର ଶୁଭାରମ୍ଭ କରିବେ।

କମ୍ପାନୀ ଏହି ସ୍କୁଟରର ନାମ ଚେତକ ରଖିବ ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଏହି ସ୍କୁଟରଟି ସ୍ପୋର୍ଟି ସାଙ୍ଗକୁ ରେଟ୍ରୋ ଲୁକ୍ ରହିଛି। ଅର୍ଥାତ ବଜାରରେ ଚାଲିଥିବା ଟ୍ରେଣ୍ଡ ଅନୁସାରେ ଓ ସମସ୍ତ ବର୍ଗଙ୍କୁ ପସନ୍ଦ ଆସିଲା ଭଳି ଏହି ସ୍କୁଟରଟିକୁ ତିଆରି କରାଯାଇଛି। ସ୍କୁଟରର ଉଭୟ ଆଗ ଏବଂ ପଛ ଚକରେ ଡିସ୍ ବ୍ରେକ୍ ରହିଛି।

ଚାଳକଙ୍କ ସୁରକ୍ଷା ପାଇଁ ସ୍କୁଟରରେ ଇଣ୍ଟିଗ୍ରେଟେଡ ବ୍ରେକିଂ ସିଷ୍ଟମ (ଆଇବିଏସ) ରହିଛି। ବଜାଜ ଏହି ସ୍କୁଟରର ଦାମ ବାବଦରେ କୌଣସି ଘୋଷଣା କରି ନାହିଁ। ହେଲେ ୬୦ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

ଚେତକ ସ୍କୁଟର ୧୯୭୨ରେ ପ୍ରଥମଥର ପାଇଁ ବଜାରକୁ ଆସିଥିଲା। ୯୦ ଦଶକରେ ଦେଶ ବିଦେଶରେ ସବୁଠାରୁ ଅଧିକ ସଫଳତା ହାସଲ କରିଥିଲା ବଜାଜ ଚେତକ। ମୋଟର ସାଇକେଲର ଚାହିଦା ବଢ଼ିବା ପରେ କମ୍ପାନୀ ଏହି ଗାଡି ନିର୍ମାଣ ୨୦୦୬ରେ ବନ୍ଦ କରି ଦେଇଥିଲା। ଏବେ କିନ୍ତୁ ପୁଣିଥରେ ଇଲେକ୍ଟ୍ରୋନିକ୍ସ ସ୍କୁଟର ଉପରେ ଗୁରୁତ୍ୱ ଦେଇଛି।



from Odisha Reporter https://ift.tt/2pjLh9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages