୩୦୦ କୋଟି  ପାର୍‌ କଲା ‘ୱାର୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 21, 2019

୩୦୦ କୋଟି  ପାର୍‌ କଲା ‘ୱାର୍’

ମୁମ୍ବାଇ: ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ୍ ଷ୍ଟାରର୍‌ ଫିଲ୍ମ ‘ୱାର୍’ ବକ୍ସ ଫିସ୍‌ରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ପ୍ରି ସେଲିଂରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିବା ସହ ପ୍ରଥମ ଦିନରେ ୫୦ କୋଟି ଆୟ କରି ଚଳିତ ବର୍ଷ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ଗୁଡ଼ିକ ମଧ୍ୟରେ ପ୍ରଥମ ଦିନରେ ସବୁଠୁ ଅଧିକ ଆୟ କରିବାର ରେକର୍ଡ କରିଥିଲା। ତେବେ ଏହାର ପ୍ରଥମ ଦିନର ଆୟକୁ ଦେଖି ଜଣାପଡ଼ିଯାଉଥିଲା ଯେ ଏହି ଫିଲ୍ମ ବ୍ଲକବଷ୍ଟର ହେବ ବୋଲି। ହେଲେ ଏହା ଏବେ ଅଲ୍‌ଟାଇମ୍‌ ବ୍ଲକବଷ୍ଟର ହୋଇଯାଇଛି। ଫିଲ୍ମ ‘ୱାର୍’ ଏବେ ବକ୍ସ ଅଫିସ୍‌ କଲେକ୍ସନରେ ୩୦୦ କୋଟି  ପାର୍‌ କରିସାରିଲାଣି।

ସୂଚନା ଅନୁଯାୟୀ ଏହି ସୁପର ଆକ୍ସନ ଥ୍ରିଲର୍ ‘ୱାର୍’ ରିଲିଜ୍‌ ହେବାର ୧୯ ଦିନରେ ୩୦୦ କୋଟି  ପାର୍‌ କରିଛି। ସୂଚନା ଅନୁଯାୟୀ କେବଳ ହିନ୍ଦୀ ଭାଷାରେ ଏହା ୨୮୭ କୋଟି ଆୟ କରିଛି। ଗତକାଲି ଏହା ପାଖାପାଖି ୫ କୋଟି ଟଙ୍କା ଆୟ କରିଛି। ହେଲେ ଏବେ ଯାଏ ଏହାର ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

ଫିଲ୍ମ ‘ୱାର୍‌’କୁ ନେଇ ଦର୍ଶକଙ୍କ ଭିତରେ ଏକ ଅଜବ କ୍ରେଜ ଦେଖିବାକୁ ମିଳୁଛି। ୟଶ୍‌ରାଜ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ହ୍ରିତିକ୍ ଓ ଟାଇଗରଙ୍କ ସହିତ ଏଥିରେ ବାଣୀ କପୁର ମଧ୍ୟ ଅଛନ୍ତି। ଫିଲ୍ମରେ ହ୍ରିତିକ୍‌ଙ୍କ ଶିଷ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର। ଅନ୍ୟପକ୍ଷରେ ହ୍ରିତିକ୍‌ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀରେ ସସପେନ୍ସ ମଧ୍ୟ ରହିଛି।



from Odisha Reporter https://ift.tt/2qBwRSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages