ନୀଳଗିରି(ବିଶ୍ୱମ୍ୱର ଦାସ): ସାମାନ୍ୟ ଝଗଡ଼ାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ନିଶାସକ୍ତ ସ୍ୱାମୀ । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋପୀନାଥପୁରର ନୂଆସାହି ଗାଁରେ। ମୃତ ମହିଳାଙ୍କ ନାଁ ସୁକାନ୍ତି ସିଂ। ତାଙ୍କ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସିଂ।
ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଥିବା ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପୂର୍ଣ୍ଣଚନ୍ଦ୍ର ସୁକାନ୍ତିଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୂର୍ଣ୍ଣଚନ୍ଦ୍ର ଆଜି ସକାଳେ ଥାନାରେ ଆତ୍ମସମର୍ପଣ କରିଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2Bzwiel
No comments:
Post a Comment