ଖଣି ନିଲାମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ଖଣି ନିଲାମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ରାଜ୍ୟ ସରକାର ନିଜ ପାଖରେ ରଖନ୍ତୁ । କାରଣ ଏଭଳି ନ କଲେ ରାଜ୍ୟକୁ କୌଣସି ବଡ଼ ଇସ୍ପାତ କାରଖାନା ଆସିବ ନାହିଁ । ଫଳରେ ରାଜ୍ୟର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ। ଖଣି ନିଲାମ ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏଭଳି ଭାବେ  ପରାମର୍ଶ ଦେଇଛନ୍ତି ।

ତାଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ ଅଧିକ ରାଜସ୍ୱ  ଖଣିରୁ ପାଉଛି । ତେଣୁ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ ଓଡ଼ିଶା ଖଣି ନିଗମ ଭଳି ଅନ୍ୟ ଏକ ନିଗମ ମଧ୍ୟ ଗଠନ କରିବା ଜରୁରୀ ବୋଲି ସେ ମତ ରଖିଛନ୍ତି ।

କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟର ୧୦ରୁ ଅଧିକ ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ନିକଟରେ ଖଣି ରହିଛି ଓ ନିରଞ୍ଜନ ହେଉଛନ୍ତି ଖଣି ମାଲିକ । ତେଣୁ ସେ ଏଭଳି କହୁଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।



from Odisha Reporter https://ift.tt/2LSIFIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages