ପ୍ରୀତି ହେଲେ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ପ୍ରୀତି ହେଲେ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ଶୋ’ର ଗ୍ରାଣ୍ଡ୍‌ ଫିନାଲେ ପର୍ଯ୍ୟାୟକୁ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲା। ପ୍ରୀତିଙ୍କ ସହିତ ଏଥିରେ ମୌଲୀ, ସ୍ନେହା ଶଙ୍କର, ହର୍ଷିତ୍‌ ନାଥ, ଅଙ୍କୋନା ମୁଖାର୍ଜୀ ଓ ନିଷ୍ଠା ଶର୍ମା ରହିଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ପ୍ରୀତି ବାଜି ମାରି ନେଇଥିଲେ। ଶୋ’ର ପ୍ରାୟ ପ୍ରତ୍ୟେକ ଅଧ୍ୟାୟରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ ରହୁଥିଲା ଓ ସେ ବହୁତ ପ୍ରଶଂସା ମଧ୍ୟ ସାଉଁଟି ଥିଲେ।

ଏହି ଶୋ’ରେ ଚାରି ଜଣ କ୍ୟାପ୍‌ଟେନ୍‌ ରହିଥିଲେ। କ୍ୟାପ୍‌ଟେନ୍‌ଙ୍କ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କୁ ଭାଗ କରି ଦିଆଯାଇଥିଲା। ପ୍ରତିଯୋଗୀମାନେ କିପରି ଭଲ ଭାବେ ଗୀତ ଅଭ୍ୟାସ କରିବେ ଓ ଷ୍ଟେଜ୍‌ରେ ଭଲ ଭାବେ ଗାଇବେ- ସେ ଦାୟିତ୍ୱ ଏହି କ୍ୟାପ୍‌ଟେନ୍‌ମାନଙ୍କ ଉପରେ ନ୍ୟସ୍ତ ଥିଲା। ନିତିନ କୁମାର, ସଲମାନ୍‌ ଅଲି, ଜ୍ୟୋତିକା ତଙ୍ଗରୀ ଓ ସଚିନ କୁମାର ବାଲ୍ମୀକି ଶୋ’ରେ କ୍ୟାପ୍‌ଟେନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେହିପରି ଶୋ’ରେ ହିମେଶ ରେଶମିଆ, ଅଲ୍‌କା ୟାଗ୍‌ନିକ୍ ଓ ଜାଭେଦ ଅଲି ଜଜ୍‌ ହୋଇଥିଲେ।

‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ପରେ ସୋନି ଟିଭିରେ ଆଉ ଏକ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌ ସିଜନ୍‌ ୧୧’ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଅଡିସନ୍‌ ଚାଲିଛି। ଏହି ଶୋ’ରେ ଜଜ୍‌ ସିଟ୍‌ରେ ଅନୁ ମଲିକ, ବିଶାଲ୍ ଦଦଲାନି ଓ ନେହା କକ୍କର ବସିବେ।

 



from Odisha Reporter https://ift.tt/338085t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages