କଂଗ୍ରେସ ନେତାଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ଜବତ କଲା ଆଇଟି ଡିପାର୍ଟମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

କଂଗ୍ରେସ ନେତାଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ଜବତ କଲା ଆଇଟି ଡିପାର୍ଟମେଣ୍ଟ

ବେଙ୍ଗାଲୁରୁ: ବଢ଼ିଲା କର୍ଣ୍ଣାଟକ କଂଗ୍ରେସର ଆଉ ଜଣେ ନେତାଙ୍କ ଅଡ଼ୁଆ। ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି) ଡିପାର୍ଟମେଣ୍ଟ ରେଡ୍ କରି ନଗଦ ୪ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଆଜି ସକାଳେ ଆଇଟି ଡିପାର୍ଟମେଣ୍ଟ ଏହି ସୂଚନା ଦେଇଛି। ବେଙ୍ଗାଲୁରୁ ଏବଂ ଟୁମକୁରୁର ୩୦ଟି ବିଭିନ୍ନ ସ୍ଥାନରେ ଆଇଟି ଡିପାର୍ଟମେଣ୍ଟ ରେଡ୍ କରି ଏହି ସବୁ ଟଙ୍କା ଜବତ କରିଛି। ଆଜି ସକାଳୁ ମଧ୍ୟ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ଜାରି ରହିଛି।

ପାଖାପାଖି ୩୦୦ ଜଣ ଆଇଟି ଅଧିକାରୀ ଏହି ରେଡରେ ସାମିଲ୍ ରହିଛନ୍ତି। କଂଗ୍ରେସ ନେତା ଜି. ପରମେଶ୍ୱରଙ୍କ ବ୍ୟତୀତ ପୂର୍ବତନ କଂଗ୍ରେସ ସାଂସଦ ଆରଏଲ ଜଲପ୍ପାଙ୍କ ଘରେ ମଧ୍ୟ ଆଇଟି ରେଡ୍ କରୁଛି।

ସୂଚନାଯୋଗ୍ୟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ପରିବାର ସିଦ୍ଧାର୍ଥ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ଚଳାଉଛନ୍ତି। ଏହି ଶିକ୍ଷାନୁଷ୍ଠାନ ୫୮ ବର୍ଷ ପୂର୍ବେ ଜି. ପରମେଶ୍ୱରଙ୍କ ବାପା ଏଚଏମ ଗଙ୍ଗାଧରାଇଆ ପ୍ରତିଷ୍ଠା କରିଥିଲେ। ଏହି ଶିକ୍ଷାନୁଷ୍ଠାନରେ ମେଡିକାଲ ପ୍ରବେଶିକା ପରୀକ୍ଷା ବେଳେ ଟ୍ୟାକ୍ସ ଫାଙ୍କିବାକୁ ଯ।ଇ ବେଆଇନ୍ କାମ କରିଛି ବୋଲି ଆଇଟି ଡିପାର୍ଟମେଣ୍ଟ ଜାଣିବାକୁ ପାଇଛି। ଏହାପରେ ପରେମଶ୍ୱରଙ୍କ ଘର, ତାଙ୍କ ଭାଇଙ୍କ ପୁଅର ଘର, ଏହି ଶିକ୍ଷାନୁଷ୍ଠାନ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଆଇଟି ରେଡ୍ କରୁଛି।

ସେହିଭଳି କଂଗ୍ରେସ ନେତା ଜଲପ୍ପାଙ୍କ ପୁଅ ରାଜେନ୍ଦ୍ର ଜଲପ୍ପା ଆରଏଲ ଜଲପ୍ପା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜିକୁ ଚଳାଉଛନ୍ତି। ଏହି କଲେଜ ମଧ୍ୟ ଟ୍ୟାକ୍ସ ଫାଙ୍କିଥିବା ନେଇ ଆଇଟି ଜାଣିବାକୁ ପାଇବା ପରେ ରେଡ୍ କରୁଛି।

ଗତକାଲି ଆଇଟି ରେଡ୍ ନେଇ ଜି. ପରମେଶ୍ୱର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ରେଡ୍ ବାବଦରେ ସେ ଜାଣନ୍ତି ନାହିଁ। ଆଇଟି ଡିପାର୍ଟମେଣ୍ଟ ତାର କାମ କରୁଛି। ଯଦି କିଛି ଭୁଲ୍ ହୋଇଥିବ ତାହେଲେ ଆଗାମୀ ଦିନରେ ସୁଧାରିବାକୁ ଚେଷ୍ଟା କରାଯିବ।

ପୂର୍ବରୁ ମନିଲଣ୍ଡରିଂ ମାମଲାରେ କର୍ଣ୍ଣାଟକ କଂଗ୍ରେସର ବିଧାୟକ ଡି. ଶିବକୁମାର ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି।



from Odisha Reporter https://ift.tt/2VBCWtN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages