ମୁହଁରେ ଲଗାନ୍ତୁ ପୋଦିନା ଓ ଗୋଲାପ ଜଳର ଫେସ୍‌ ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ମୁହଁରେ ଲଗାନ୍ତୁ ପୋଦିନା ଓ ଗୋଲାପ ଜଳର ଫେସ୍‌ ପ୍ୟାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁହଁର ତ୍ୱଚାକୁ ନେଇ ପ୍ରାୟ ସମସ୍ତେ ଚିନ୍ତାରେ ରହନ୍ତି, ବିଶେଷ କରି ମହିଳାମାନେ। ସେଥିପାଇଁ ସେମାନେ ମୁହଁରେ ବିଭିନ୍ନ ପ୍ରକାର ଫେସିଆଲ୍‌ ଓ ଟ୍ରିଟ୍‌ମେଣ୍ଟ କରିଥା’ନ୍ତି। ତେବେ ସୁନ୍ଦର ଦେଖାଯିବା ପାଇଁ ତଥା ମୁହଁର ତ୍ୱଚାକୁ ସର୍ବଦା ସଫା ଓ ସୁସ୍ଥ ରଖିବା ପାଇଁ ସବୁବେଳେ ପାର୍ଲର ଯିବାର ଆବଶ୍ୟକତା ନାହିଁ। ଯେଉଁ କାମ ପାର୍ଲରେ ହୋଇଥାଏ, ତାହା ଆପଣ ଘରେ ବି କରିପାରିବେ। ଆପଣ ଘରେ ସହଜରେ ପୋଦିନା ପତ୍ର ଓ ଗୋଲାପ ଜଳର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ। ଏହି ଫେସ୍‌ ପ୍ୟାକ୍‌ ଉପଯୋଗ କରି ଆପଣ ଡ୍ରାଏ ସ୍କିନ୍‌ ଓ ଡେଡ୍‌ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଜାଣିନେବା ଏହି ଫେସ୍ ପ୍ୟାକ୍‌କୁ କେମିତି ତିଆରି କରିବେ ଓ ଏହା ଦ୍ୱାରା ଆଉ କ’ଣ ସବୁ ଫାଇଦା ମିଳିଥାଏ।

ପ୍ରସ୍ତୁତି ପ୍ରଣାଳୀ :

ଏଥିପାଇଁ ପ୍ରଥମେ ପୋଦିନା ପତ୍ର, ଗ୍ଲିସେରିନ୍‌ ଓ ଗୋଲାପ ଜଳ ନିଅନ୍ତୁ। ପୋଦିନା ପତ୍ରକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଗ୍ରାଇଣ୍ଡ କରିବା ସମୟରେ ହିଁ ଏଥିରେ ଗୋଲାପ ଜଳ ପକାନ୍ତୁ। ପରେ ଏଥିରେ ୨ ବୁନ୍ଦା ଗ୍ଲିସେରିନ୍‌ ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ଧୋଇ ଦିଅନ୍ତୁ।

ମିଳିଥାଏ ଏହିସବୁ ଲାଭ

  • ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍ ଯୋଗୁ ମୁହଁରେ ରିଙ୍କଲସ୍ ଦେଖା ଯାଇନଥାଏ। ଏହା ସେଲ୍‌ର ଫ୍ରି-ରାଡିକଲ୍‌କୁ ନିୟନ୍ତ୍ରଣ କରିଥାଏ।
  • ପୁଦିନା ଓ ଗୋଲାପ ଜଳର ଏହି ଫେସ୍ ପ୍ୟାକ୍ ଲଗାଇଲେ ତ୍ୱଚା ଅଏଲ୍ ଫ୍ରି ରହିଥାଏ।
  •  ଯଦି ଆପଣ ନିୟମିତ ଭାବରେ ଏହି ମିଶ୍ରଣକୁ ଲଗାଇବେ, ତେବେ ଆପଣଙ୍କର ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଯିବ। ତା’ସହିତ ସ୍କିନ୍‌ ଡ୍ରାଏ ହେବନି ଓ ସ୍କିନ୍‌ର ସେଲ୍‌ଗୁଡ଼ିକ ମଧ୍ୟ ସୁସ୍ଥ ରହିବେ।


from Odisha Reporter https://ift.tt/2MyA78K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages