ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁକ୍ରୁଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
ସଂସ୍କୃତି ଅଧିକାରୀଙ୍କ ଢେଙ୍କାନାଳ ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ଶିଶୁପାଳଗଡସ୍ଥିତ ବାସଭବନ, ଗଡମହାବୀରସ୍ଥିତି କମ୍ପ୍ୟୁଟର ସେଣ୍ଟର ଓ ବ୍ରହ୍ମପୁରର ପୈତୃକ ଘର ଉପରେ ମଧ୍ୟ ଚଢ଼ଉ ଜାରି ରହିଥିବା ଜଣାଯାଇଛି । ସୁକ୍ରୁ ସ୍ୱାଇଁ ଏହା ପୂର୍ବରୁ ଛତ୍ରପୁରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତେବେ ଚଢ଼ଉ ଜାରି ରହିଥିବାରୁ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ମୂଲ୍ୟ ନେଇ କିଛି ସୂଚନା ମିଳିପାରିନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁକ୍ରୁ ସ୍ୱାଇଁ ୧୦ ବର୍ଷ ପୂର୍ବରୁ ଢେଙ୍କାନାଳରେ କାର୍ଯ୍ୟରତ ଥିଲା। ଏହାପରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା। ପ୍ରାୟ ମାସେ ହେବ ସେ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଛତ୍ରପୁରରୁ ବଦଳି ହୋଇ ଏଠାକୁ ଆସିଥିଲେ।
from Odisha Reporter https://ift.tt/2pve3nE
No comments:
Post a Comment